ଓଡିଶା

odisha

2019ରେ 2.7 ବିଲିୟନରୁ ଉର୍ଦ୍ଧ୍ବ ‘ଖରାପ ବିଜ୍ଞାପନ’ ହଟାଇଛି ଗୁଗଲ

By

Published : May 5, 2020, 3:53 PM IST

Updated : May 5, 2020, 4:11 PM IST

ଗୁଗଲ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ,"ଆମ ପ୍ଲାଟଫର୍ମରେ ବିଜ୍ଞାପନର ସତ୍ୟତା ବଜାୟ ରଖିବା ପାଇଁ ଯେପରି ଆମେ କୋଭିଡ-19 ମହାମାରୀ ସମୟରେ ଜାରି ରଖିଛୁ, ଆମ ନିୟମକୁ ଉଲ୍ଲଙ୍ଘନ କରୁଥିବା ଓ ଦୁର୍ଭାବନାପୂର୍ଣ ତତ୍ତ୍ବକୁ ରୋକିବା ପାଇଁ ଆମେ ପ୍ରତିଦିନ କାର୍ଯ୍ୟ ଜାରି ରଖିଛୁ ।" ଅଧିକ ପଢନ୍ତୁ...

2019ରେ 2.7 ବିନିୟନରୁ ଉର୍ଦ୍ଧ୍ବ ଖରାପ ବିକ୍ଷାପନକୁ ହଟାଇଛି ଗୁଗୁଲ
2019ରେ 2.7 ବିନିୟନରୁ ଉର୍ଦ୍ଧ୍ବ ଖରାପ ବିକ୍ଷାପନକୁ ହଟାଇଛି ଗୁଗୁଲ

ନୂଆଦିଲ୍ଲୀ: ଗୁଗଲ ସୋମବାର କହିଛି ଯେ, ସେ 2019ରେ ମୋଟ 2.7 ବିଲିୟନ 'ଖରାପ ବିଜ୍ଞାପନ'କୁ ବ୍ଲକ କରି ହଟାଇଛି। ଏହି ସଂଖ୍ୟା ପ୍ରତି ମିନିଟରେ 5 ହଜାରରୁ ଅଧିକ ଅଟେ । ବ୍ୟବହାରକାରୀଙ୍କୁ ବିଭ୍ରାନ୍ତିକର ବିଜ୍ଞାପନରୁ ରକ୍ଷା କରିବା ପ୍ରୟାସ ଅନୁଯାୟୀ, 10 ଲକ୍ଷରୁ ଅଧିକ ବିଜ୍ଞାପନ ଦାତାଙ୍କୁ ନିୟମ ଉଲ୍ଲଂଘନ କରିଥିବାରୁ କମ୍ପାନୀ ନିଲମ୍ବିତ କରିଛି । କମ୍ପାନୀ ଏହା ମଧ୍ୟ ଜାଣିବାକୁ ପାଇଛି ଯେ କୋଭିଡ -19 ମହାମାରୀ ସମୟରେ ଫେସ୍ ମାସ୍କ ପରି ବହୁ ଚାହିଦା ଦ୍ରବ୍ୟ ପାଇଁ ବହୁସଂଖ୍ୟକ ନକଲି ବିଜ୍ଞାପନରେ ତୀବ୍ର ମାତ୍ରାରେ ଦେଖାଯାଇଥିଲା।

ଗୁଗୁଲ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ,"ଆମ ପ୍ଲାଟଫର୍ମରେ ବିଜ୍ଞାପନର ସତ୍ୟତା ବଜାୟ ରଖିବା ପାଇଁ ଯେପରି ଆମେ କୋଭିଡ-19 ମହାମାରୀ ସମୟରେ ଜାରି ରଖିଛୁ, ଆମ ନିୟମକୁ ଉଲ୍ଲଂଘନ କରୁଥିବା ଓ ଦୁର୍ଭାବନାପୂର୍ଣ ତତ୍ତ୍ବକୁ ରୋକିବା ପାଇଁ ଆମେ ପ୍ରତିଦିନ କାର୍ଯ୍ୟ ଜାରି ରଖିଛୁ । ଆମର ହଜାର ହଜାର ଲୋକ ବ୍ୟବାହରକାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।"

ଗୁଗୁଲର ଉପାଧ୍ୟକ୍ଷ (ଉତ୍ପାଦ ପରିଚାଳନା ବିଜ୍ଞାପନ ଗୋପନୀୟତା ଏବଂ ସୁରକ୍ଷା) ସ୍କଟ ସ୍ପେନ୍ସରଙ୍କ ଦ୍ୱାରା ଲିଖିତ ଏକ ପୋଷ୍ଟରେ, 2.7 ବିଲିୟନ ବିଜ୍ଞାପନ 2019ରେ ବ୍ଲକ କରାଯାଇଥିଲା ଏବଂ ହଟାଇ ଦିଆଯାଇଥିଲା। ବ୍ଲଗ୍ରେ କୁହାଯାଇଛି ଯେ, ନିୟମ ଉଲ୍ଲଂଘନ ପାଇଁ ଆମେ ପ୍ରାୟ 10 ଲକ୍ଷ ବିଜ୍ଞାପନଦାତା ଆକାଉଣ୍ଟକୁ ମଧ୍ୟ ସ୍ଥଗିତ ରଖିଛୁ। ପ୍ରକାଶକଙ୍କ ବିଷୟରେ କହିବାକୁ ଗଲେ, ଆମେ 1.2 ମିଲିୟନ୍ ଆକାଉଣ୍ଟକୁ ହଟାଇଛୁ ଏବଂ 21 ମିଲିୟନରୁ ଅଧିକ ୱେବ୍ ପୃଷ୍ଠାରୁ ବିଜ୍ଞାପନ ଅପସାରଣ କରିଛୁ।

ବ୍ଲଗରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେତେବେଳେ ଲୋକମାନେ ସୂଚନା ଖୋଜନ୍ତି ସେମାନେ ଗୁଗଲ ଉପରେ ନିର୍ଭର କରନ୍ତି, ଏବଂ ଆମେ ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଯେ ସେମାନେ ଆମର ପ୍ଲାଟଫର୍ମରେ ଦେଖୁଥିବା ବିଜ୍ଞାପନ ଉପରେ ମଧ୍ୟ ବିଶ୍ବାସ କରିପାରିବେ। କୋଭିଡ-19 ମହାମାରୀ ଭଳି ଅନିଶ୍ଚିତତା ସମୟରେ ଏହି ପ୍ରତିବଦ୍ଧତା ବିଶେଷ ଗୁରୁତ୍ବପୂର୍ଣ୍ଣ ଅଟେ । ଗୁଗଲ କହିଛି ଯେ, କୋଭିଡ-19 ମହାମାରୀ ଆରମ୍ଭରୁ କମ୍ପାନୀ ଏହି ସଙ୍କଟର ଲାଭ ଉଠାଇବାକୁ ଚେଷ୍ଟା କରୁଥିବା ବିଜ୍ଞାପନରୁ ବ୍ୟବହାରକାରୀଙ୍କୁ ବଞ୍ଚାଇବାକୁ ତୀକ୍ଷ୍ଣ ନଜର ରଖୁଛି ।

Last Updated : May 5, 2020, 4:11 PM IST

ABOUT THE AUTHOR

...view details