ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାର ତିନି ଦଳିତ ଭଉଣୀଙ୍କ ଉପରେ ଏସିଡ୍ ମାଡ କରାଯାଇଛି । ସୋମବାର ରାତିରେ ଏହି ଘଟଣା ଘଟିଛି। ସମସ୍ତ ତିନି ଭଉଣୀ ନାବାଳିକା ଏବଂ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘରେ ଶୋଇଥିବା ବେଳେ 3 ଭଉଣୀଙ୍କ ଉପରେ ଏସିଡ୍ ମାଡ କରାଯାଇଥିବା କୁହାଯାଉଛି । ଦୁଇ ଭଉଣୀ ସାମାନ୍ୟ ଆହତ ହୋଇଥିବାବେଳେ ଗୋଟିଏ ଭଉଣୀର ମୁହଁରେ ଏସିଡ୍ ଅଧିକ ମାଡ ହୋଇଛି । ତେବେ ଏସିଡ୍ ମାଡର କାରଣ ଜଣା ପଡିନାହିଁ।
ୟୁପିରେ ପୁଣି ଦଳିତ ଅତ୍ୟାଚାର, ଶୋଇଥିବା ବେଳେ 3 ଭଉଣୀଙ୍କ ଉପରେ ଏସିଡ୍ ମାଡ
ଉତ୍ତରପ୍ରଦେଶର ଗୋଣ୍ଡାର ତିନି ଦଳିତ ଭଉଣୀଙ୍କ ଉପରେ ଏସିଡ୍ ମାଡ କରାଯାଇଛି । ସୋମବାର ରାତିରେ ଏହି ଘଟଣା ଘଟିଛି। ସମସ୍ତ ତିନି ଭଉଣୀ ନାବାଳିକା ଏବଂ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଉତ୍ତରପ୍ରଦେଶର ପୁଣି ଦଳିତ ଅତ୍ୟାଚାର
ଏହି ଘଟଣା ଗୋଣ୍ଡାର ପରସପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ପାସ୍କା ପରସପୁର ଗ୍ରାମର ଅଟେ । ଗୋଣ୍ଡାର ପୋଲିସ ଅଧୀକ୍ଷକ ଶୈଳେଶ କୁମାର ପାଣ୍ଡେ କହିଛନ୍ତି ଯେ ରାସାୟନିକ ପଦାର୍ଥରେ ତିନି ଜଣଙ୍କୁ ଆକ୍ରମଣ କରାଯାଇଛି। ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୋଲିସର ତଦନ୍ତ ଚାଲିଛି। ଅନ୍ୟପକ୍ଷେ ଏସିଡ୍ ଆକ୍ରମଣ ଉପରେ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ପ୍ରଶ୍ନ କରିଛନ୍ତି ଯେ ଆଦିତ୍ୟନାଥଙ୍କ ଶାସନ ଅଧୀନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ନା ନାହିଁ ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ