ଓଡିଶା

odisha

ETV Bharat / bharat

କେରଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ, ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ - ପୋଲିସ-ପ୍ରଦର୍ଶକାରୀ ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କେରଳର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । କେତେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି ।

ପୋଲିସ-ପ୍ରଦର୍ଶକାରୀ ମୁହାଁମୁହିଁ
ପୋଲିସ-ପ୍ରଦର୍ଶକାରୀ ମୁହାଁମୁହିଁ

By

Published : Jul 10, 2020, 6:14 PM IST

ଥିରୁଅନନ୍ତପୁରମ: ଜଣେ ମହିଳାଙ୍କ ଯୋଗୁଁ କେରଳରେ ବିଜୟନ ସରକାର ବିବାଦରେ ଫସିଯାଇଛନ୍ତି । ମହିଳା ଜଣକ ଏକ ବଡ଼ ଧରଣର ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଢାଲ କରି ସେ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇଥିଲେ। ତେବେ ୧୫ କୋଟି ଟଙ୍କାର ୩୦ କିଲୋ ସୁନା ଧରାପଡ଼ିବା ପରେ ‌ସେ ଅନ୍ତର୍ଧାନ ହୋଇଯାଇଛନ୍ତି। ଏହାକୁ ନେଇ ଏବେ କେରଳ ସରକାର ବିବାଦରେ ପଡିଛନ୍ତି । ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବି କରୁଛନ୍ତି କେରଳବାସୀ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କେରଳର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । କେତେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି ।

ଯୁବ ମୋର୍ଚ୍ଚା , ୟୁଥ୍ ଲିଗ୍ ଏବଂ ଯୁବ କଂଗ୍ରେସର ବିକ୍ଷୋଭକାରୀମାନେ ତିରୁଅନନ୍ତପୁରମ୍, କୋଲାମ, କୋଟାୟାମ, ମାଲାପୁରମ୍, କୋଜିକୋଡେ, କନ୍ନୁର ଏବଂ ୱାୟାନାଡରେ ଜୋରଦାର ପ୍ରଦର୍ଶନ କରିଛନ୍ତି । କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ପୋଲିସ ସହିତ ସଂଘର୍ଷ ମଧ୍ୟ କରିଛନ୍ତି । କନ୍ନୁରରେ ୟୁଥ ଲିଗ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲା । ସେପଟେ କୋଜିକୋଡେରେ ୟୁଥ୍ ଲିଗ୍ ଏବଂ ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା। ଏହି ବିରୋଧ ପ୍ରଦର୍ଶନ ସମୟରେ ପି.କେ ଫିରୋଜଙ୍କ ସମେତ ଅନେକ ୟୁଥ୍ ଲିଗ୍ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ତେବେ ପୋଲିସ ବ୍ୟାରିକେଡ୍ ଲଗାଇ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବ୍ୟାରିକେଡ ଉପରକୁ ଡେଇଁବାକୁ ଚେଷ୍ଟା କରିବା ପରେ ପୋଲିସ ପାଣି ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରି ପ୍ରଦର୍ଶନକାରୀଙ୍କୁ ଅଟକାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ୟୁଏଇରୁ ଆସିଥିବା ଏକ ମାଲବାହୀ ବିମାନରେ ବିପୁଳ ପରିମାଣର ସୁନା ଆସୁଛି ବୋଲି ଜଣାପଡ଼ିବା ପରେ କଷ୍ଟମ ବିଭାଗର କର୍ମଚାରୀମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ଗୋଟିଏ ଦୂତାବାସ ଯାଉଥିବା ଏକ ବ୍ୟାଗରୁ ୩୦ କିଲୋ ସୁନା ମିଳିଥିଲା। ଏହାର ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ନିୟମ ଅନୁଯାୟୀ ଦୂତାବାସର କୌଣସି ସାମଗ୍ରୀ କିମ୍ବା ବ୍ୟାଗକୁ କଷ୍ଟମ ବିଭାଗ ଯାଞ୍ଚ କରିପାରିବେ ନାହିଁ। କିନ୍ତୁ ଏହି ଯାଞ୍ଚ ଲାଗି ବିଭାଗୀୟ ଅଧିକାରୀ ସରକାରଙ୍କ ଠାରୁ ଅନୁମତି ନେଇଥିଲେ। ଏହି ସୁନା ଭର୍ତି ଲଗେଜ୍ ସରିତ କୁମାର ନାମକ ଜଣେ ୟୁଏଇ ଦୂତାବାସ କର୍ମଚାରୀଙ୍କ ନାମରେ ଆସିଥିଲା। ଏହି ବ୍ୟାଗ୍ ନେବାପାଇଁ‌ ସରିତ ବିମାନ ବନ୍ଦରକୁ ଆସିଥିଲେ। ଏହି ସମୟରେ କଷ୍ଟମ କର୍ମଚାରୀମାନେ ତାଙ୍କୁ ଧରି ନେଇଥିଲେ। ପଚରାଉଚରା ବେଳେ ସେ ସ୍ବପ୍ନା ସୁରେଶ ନାମକ ଜଣେ ମହିଳାଙ୍କ ସଂପର୍କରେ ତଥ୍ୟ ଦେଇଥିଲେ। ସ୍ବପ୍ନାଙ୍କ ପାଇଁ ଏହି ସୁନା ଆସିଥିବା ସେ କହିଥିଲେ।

ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି । ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ। କେରଳର ବରିଷ୍ଠ ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏମ୍. ଶିବଶଙ୍କର ସମଗ୍ର ଘଟଣାରେ ସ୍ବପ୍ନାଙ୍କୁ ସୁରକ୍ଷା ଦେଉଥିଲେ ବୋଲି ଖୋଳତାଡ଼ ବେଳେ ଜଣାପଡ଼ିଛି। ସେ ହିଁ ସ୍ବପ୍ନାଙ୍କୁ ଆଇଟି ବିଭାଗରେ ମ୍ୟାାନେଜର ଚାକିରି ଦେଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଇସ୍ତଫା ଦାବି କରାଯାଉଛି ।

ABOUT THE AUTHOR

...view details