ଓଡିଶା

odisha

By

Published : Aug 29, 2020, 10:15 PM IST

ETV Bharat / bharat

ପ୍ଲାଜମାଦାତାଙ୍କୁ ସାର୍ଟିଫିକେଟ୍ ସହ ସମ୍ମାନିତ କରିବେ ଗୋଆ ସରକାର

ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିବା ପାଇଁ ଗୋଆ ସରକାରଙ୍କ ଏକ ସ୍ୱତନ୍ତ୍ର ଅଭିଯାନ । ଯେଉଁମାନେ କୋରୋନାରୁ ସୁସ୍ଥ ହୋଇ ରୋଗୀମାନଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବେ ସେମାନଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯିବା ସହ ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଦିଆଯିବ ବୋଲି ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ପ୍ଲାଜମାଦାତାଙ୍କୁ ସାର୍ଟିଫିକେଟ୍ ସହ ସମ୍ମାନିତ କରିବେ ଗୋଆ ସରକାର
ପ୍ଲାଜମାଦାତାଙ୍କୁ ସାର୍ଟିଫିକେଟ୍ ସହ ସମ୍ମାନିତ କରିବେ ଗୋଆ ସରକାର

ପାନଜୀ: କୋରୋନାରୁ ସୁସ୍ଥ ରୋଗୀମାନଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଗୋଆ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁମାନେ କୋରୋନାରୁ ସୁସ୍ଥ ହୋଇ ରୋଗୀମାନଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବେ ସେମାନଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯିବା ସହ ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଦିଆଯିବ ବୋଲି ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି ଯେ, ରାଜ୍ୟରେ ଗଣେଶ ଚତୁର୍ଥୀ ମହୋତ୍ସବରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଥିବାରୁ ଗୋଆରେ କୋଭିଡ୍ ମାମଲାରେ ବୃଦ୍ଧି ଘଟିପାରେ । କାରଣ ଗଣେଶ ଚତୁର୍ଥୀ ପର୍ବ ସମୟରେ ଲୋକଙ୍କୁ ଏକାଠି ନହେବାକୁ ସରକାର ଅନୁରୋଧ କରିଥିଲି। କିନ୍ତୁ ଲୋକମାନେ ମାସ୍କ ନପିନ୍ଧି 100-200 ଲୋକଙ୍କ ଏକାଠି ଭିଡ ଦେଖିବାକୁ ମିଳିଥିଲା । ଗଣେଶ ଚତୁର୍ଥୀ 22 ଅଗଷ୍ଟରେ ଗୋଆରେ ଆରମ୍ଭ ହୋଇଥିଲା । 9 ଅଗଷ୍ଟରେ ଗୋଆ ସରକାର ଏହାକୁ ଦୃଷ୍ଟିରେ ରଖି ଏକ SOP ଜାରି କରିଥିଲେ ଏବଂ ଲୋକଙ୍କୁ ଯଥାସମ୍ଭବ ସାଧାରଣ ଉତ୍ସବରେ ଯୋଗ ନଦେବାକୁ ଏବଂ ଏହି ଅବସରରେ ଅନ୍ୟମାନଙ୍କ ଘରକୁ ନ ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଗଣେଶ ମୂର୍ତ୍ତି ବୁଡ଼ ପକାଇବା ସମୟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରାଯାଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଗୋଆରେ ଶୁକ୍ରବାର ଦିନ 523 ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟରେ ମୋଟ ମାମଲା 16,006 କୁ ପହଞ୍ଚିଛି। ରାଜ୍ୟରେ 4 ଜଣଙ୍କୁ ମିଶାଇ ମୋଟ 175 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ 429 ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ପରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 12,296 କୁ ବୃଦ୍ଧି ପାଇଛି।

For All Latest Updates

ABOUT THE AUTHOR

...view details