ଓଡିଶା

odisha

By

Published : Mar 31, 2020, 10:39 AM IST

ETV Bharat / bharat

ବିଶ୍ବରେ ଅଣାୟତ କୋରୋନା, 35 ହଜାର ଟପିଲା ମୃତ୍ୟୁସଂଖ୍ୟା

ଜାରି ରହିଛି ବିଶ୍ବରେ କୋରୋନା ଆତଙ୍କ । ମହାମାରୀ ଭାଇରସ ପ୍ରଭାବରେ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 35 ହଜାର ଟପି ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 85 ହଜାର 777ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବିଶ୍ବରେ ଅଣାୟତ କୋରୋନା, 35 ହଜାର ଟପିଲା ମୃତ୍ୟୁ ସଂଖ୍ୟା
ବିଶ୍ବରେ ଅଣାୟତ କୋରୋନା, 35 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ହାଇଦ୍ରବାଦ: ବିଶ୍ବରେ ମହାମାରୀ କୋରୋନାର ଆତଙ୍କ ଜାରିରହିଛି । କୋରୋନା କବଜାରେ ଥିବା ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ ଭାଇରସ ପ୍ରଭାବରେ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 35 ହଜାର ଟପି ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 85 ହଜାର 777ରେ ପହଞ୍ଚିଛି ।

ବିଶ୍ବରେ ଅଣାୟତ କୋରୋନା, 35 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ କୋରୋନା କବଳରେ ରହିଛି । ଏଠାରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 3000 ଟପିଛି । ଏହାସହ ଆମେରିକା କୋରୋନା ପଜିଟିଭ ମାମଲାରେ ଚୀନ, ଇଟାଲୀ ଓ ସ୍ପେନକୁ ପଛରେ ପକାଇଁ ବିଶ୍ବର ସର୍ବାଧିକ କୋରୋନା ଆକ୍ରାନ୍ତ ଥିବା ଦେଶ ପାଲଟିଛି । ଆମେରିକାରେ 1,64,253 କୋରୋନାରେ ଆକ୍ରାନ୍ତ ଅଛନ୍ତି ।

ସେପଟେ ଇଟାଲୀରେ କୋରୋନାର କରାଳ ରୂପ ଦେଖିବାକୁ ମିଳିଛି । କୋରୋନା ପ୍ରଭାବରେ ଇଟାଲୀରେ ମୃତ୍ୟୁ ସଂଖ୍ୟା 11 ହଜାର ପାର ହୋଇଯାଇଛି। ଅନ୍ୟପକ୍ଷେ 101,739 ଲୋକ ଇଟାଲୀରେ ଆକ୍ରାନ୍ତ ଅଛନ୍ତି । ଶନିବାର ଗୋଟିଏ ଦିନରେ ହିଁ ଏଠାରେ 889 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ଦିନ 969 ଜଣ କୋରୋନାରେ ପ୍ରାଣ ହରାଇଥିଲେ । ଏହା ଇଟାଲୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଖ୍ୟାର ରେକର୍ଡ ଭାଙ୍ଗିଥିଲା । ଇଟାଲୀରେ କୋରୋନା ଅଣାୟତ ଯୋଗୁଁ ଲକଡାଉନ ଅବଧିକୁ 12 ଏପ୍ରିଲ ଯାଏଁ ବଢାଇଦିଆଯାଇଛି ।

ଇଟାଲୀ ପରେ ସ୍ପେନରେ କୋରୋନାର ବଡ ପ୍ରଭାବ ପଡିଛି । ଏଠାରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ 7716 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାରେ 87,958 ଲୋକ କୋରୋନାରେ ଆକ୍ରାନ୍ତ ଅଛନ୍ତି ।

ସେହିପରି ଜର୍ମାନୀରେ 645, ଫ୍ରାନ୍ସରେ 3024, ଇରାନରେ 2757, ଇଂଲଣ୍ଡରେ 1408, ସ୍ବିଜରଲାଣ୍ଡରେ 359 ଓ ବେଲଜିୟମରେ 513 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details