ନୂଆଦିଲ୍ଲୀ: ବିଶ୍ବରେ କୋରୋନାର ସାଙ୍ଘାତିକ ରୂପ। ଏବେ ସୁଦ୍ଧା ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ ଲକ୍ଷ ୨୧ ହଜାର। ଆକ୍ରାନ୍ତଙ୍କ ମଧ୍ୟରୁ ବିଶ୍ବରେ ୩୩ ହଜାର 900ରୁ ଊର୍ଦ୍ଧ୍ବ ମୃତ।
ସୂଚନା ଥାଉକି, ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 63,159 ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ 3,464 ଜଣ ପ୍ରାଣ ହରାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା who ପକ୍ଷରୁ ଏକ ରିପୋର୍ଟରୁ ପ୍ରକାଶ ପାଇଛି।
ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 361,000 ସର୍ବାଧିକ ୟୁରୋପରୁ ଅଛନ୍ତି। ୟୁରୋପକୁ ଟକ୍କର ଦେଇ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 92,000 ସହ ସ୍ପେନରେ 72,000 ଓ ଜର୍ମାନୀରେ 52,000 ମାମଲା ରହିଛି।
ଏବେ ସୁଦ୍ଧା ଇଟାଲୀ ଓ ସ୍ପେନରେ ସର୍ବାଧିକ କୋରେନା ମୃତକ ରହିଛନ୍ତି। ସେମାନଙ୍କ ସଂଖ୍ୟା ହେଲା 10,023 ଓ 5,690 ବୋଲି ଜଣାପଡିଛି। ଏହାପରେ ଦ୍ବିତୀୟରେ ରହିଛି ଆମେରିକା ଦେଶରେ 120,000 ଆକ୍ରାନ୍ତ ରହିଥିବା ବେଳେ ପ୍ରାୟ 103,000 ମାମଲା ରହିଛି। ଏବେ ସୁଦ୍ଧା ଆମେରିକାରେ କୋରୋନାରେ ସର୍ବାଧିକ ଲୋକଙ୍କ ମୁଣ୍ଡ ଗଡିଥିବା ବେଳେ ଆକ୍ରାନ୍ତ ସଂଖ୍ୟାରେ ଚୀନକୁ ମଧ୍ୟ ଟପିଯାଇଛି।
ଇନପୁଟ୍ @ ANI