ଲକ୍ଷ୍ନୌ: ଲକ ଡାଉନ ସମୟରେ ଗରିବଙ୍କୁ ମାଗଣା ରାସନ ଏବଂ ଗ୍ୟାସ ସିଲିଣ୍ଡର ପ୍ରଦାନ ନେଇ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି । କିନ୍ତୁ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାର କଥା ।
ଲକ ଡାଉନରେ ମାଗଣା ସିଲିଣ୍ଡର ବଣ୍ଟନ ହେଉଛି କି କାର୍ଯ୍ୟକାରୀ ? - gas cylinder
ଗରିବଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ରସରକାର । ଆସନ୍ତୁ ଦେଖିବା ବଣ୍ଟନ ହେଉଛି କି କାର୍ଯ୍ୟକାରୀ ...
ମାଗଣା ଗ୍ୟାସ ସିଲିଣ୍ଡର
ଉତ୍ତରପ୍ରଦେଶରୁ 30 କିଲୋମିଟର ଇତୌଞ୍ଜ ଅଞ୍ଚଳରେ ସିଲିଣ୍ଡର ପାଇଁ ଧାଡିରେ ଠିଆ ହୋଇଛନ୍ତି । କିନ୍ତୁ ମୋବାଇଲ ନମ୍ବର ଭୁଲ ଥିବା ଯୋଗୁଁ ସେମାନଙ୍କୁ ମିଳୁନି ସିଲିଣ୍ଡର । କିନ୍ତୁ ଉଜ୍ଜଳା ଯୋଜନାରେ କିଛି ଲୋକଙ୍କ ମୋବାଇଲ ନମ୍ବର ରେଜଷ୍ଟ୍ରେସନ ନଥିବାରୁ ସମସ୍ୟା ଦେଖାଦେଇଥିବା କହିଛନ୍ତି ଭାରତ ଗ୍ୟାସର ଡିଷ୍ଟ୍ରିବ୍ୟୁସନ ମ୍ୟାନେଜର ଅରୁଣ ଅୱସ୍ତି ।
ଏପଟେ ସିଲିଣ୍ଡର ପାଇଁ ଏକାବେଳେ ଶତାଧିକ ଲୋକେ ଏକାଠି ହେଉଛଥିବାରୁ ସାମାଜିକ ଦୂରତ୍ବ ରଖିବା ସମ୍ଭବ ହେଉନାହିଁ । ଏହିଭଳି ସ୍ଥିତି ଲକ୍ଷ୍ନୌ ଦିଲ୍ଲୀ ରାଜପଥରେ ଥିବା ଗ୍ୟାସ ଏଜେନ୍ସିରେ ମଧ୍ୟ ଦେଖିବାକୁ ମିଳିଛି ।