ନୂଆଦିଲ୍ଲୀ: ହରିୟାଣାରେ ଝିଅମାନଙ୍କୁ ଗ୍ରାଜୁଏସନ ଶେଷ କରିବା ପରେ ହିଁ ଏବେ ପାସପୋର୍ଟ ଦିଆଯିବ । ଏହାର ପୁରା ପ୍ରକ୍ରିୟା ନିଜେ କଲେଜରେ କରାଯିବ । ଶନିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ 'ହର ସର ହେଲମେଟ' ସମୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଘୋଷଣା କରିଛନ୍ତି। ଡା. ମଙ୍ଗଲସେନ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସିଏମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
'ହର ସର ହେଲମେଟ' କାର୍ଯ୍ୟକ୍ରମ ଅଧୀନରେ, ସିଏମ 100 ଜଣ ଛାତ୍ରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଏବଂ ମାଗଣା ହେଲମେଟ ବଣ୍ଟନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସମସ୍ତ ବିଧାନସଭାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ, ଯାହାଦ୍ୱାରା ସେମାନେ ଟ୍ରାଫିକ ନିୟମକୁ ଭଲ ଭାବରେ ପାଳନ କରିପାରିବେ ।