ଓଡିଶା

odisha

ETV Bharat / bharat

ସିନ୍ଦୁର ପିନ୍ଧିବା ପୂର୍ବରୁ ବେଦୀରେ ଟଳିପଡିଲେ ବିଥି - କ୍ୟାନସର

ଅଧାରେ ରହିଲା ପ୍ରେମ ବିବାହ । ସାତଜନ୍ମର ସାଥୀ ହେବା ପୂର୍ବରୁ ବେଦୀରେ ଟଳି ପଡିଲେ ବିଥି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 7, 2019, 10:36 PM IST

କୋଲକତା: ପ୍ରେମ ବିବାହ ସଫଳ ପୂର୍ବରୁ ପୋଡିଲା ବେଦୀମୁହଁ । ଶଙ୍ଖା ସିନ୍ଦୁର ପିନ୍ଧିଲା ପରେ ଆରପାରିକୁ ଚାଲିଗଲେ ପ୍ରେମିକା ବିଥି । ଏଭଳି ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଉତ୍ତର ଦିନାଜପୁରର ଏକ ଯୁବକ ଓ ସିଲିଗୁଡିର ଏକ ଯୁବତୀଙ୍କ ମଧ୍ୟରେ ଦିର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ପରିବାର ପକ୍ଷରୁ ମଧ୍ୟ ଏହି ସମ୍ପର୍କକୁ ସ୍ବୀକୃତି ମିଳିସାରିଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଚାହୁଁଥିଲା । କାରଣ କିଛି ଦିନ ପରେ ଜଣାପଡିଥିଲାଯେ, ଯୁବତୀ ଜଣଙ୍କ ବୋନ କ୍ୟାନସରରେ ପୀଡିତ ଅଛନ୍ତି । ସୁବ୍ରତ ସବୁ ଜାଣିଲା ପରେ ମଧ୍ୟ ସେ ବିଥିକୁ ଆପଣାଇଥିଲେ ।

ସୂଚନାମୁତାବକ, ଉଭୟଙ୍କର ବାହାଘର ବଙ୍ଗଳା ରୀତିନିତି ଅନୂୟାୟୀ ହୋଇଥିଲା । ହେଲେ ବାହାଘର ଚାଲିଥିବା ସମୟରେ ବିଥି ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାହାଘରରେ କେବଳ ସିନ୍ଦୁର ପିନ୍ଧାଇବା ବାକି ଥିଲା । ଆଉ ଶଙ୍ଖା ସିନ୍ଦୁର ପିନ୍ଧାଇବା ପରେ ସଙ୍ଗେସଙ୍ଗେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ଘଟଣାରେ ବିଥିଙ୍କ ମାତାପିତା କୋହଭରା କଣ୍ଠରେ କହିଛନ୍ତି ଯେ, ଆମେ ଗୋଟେ ଝିଅ ହରାଇବା ବଦଳରେ ଗୋଟେ ପୁଅ ମଧ୍ୟ ପାଇଲୁ

ABOUT THE AUTHOR

...view details