ଅହମ୍ମଦାବାଦ: ଶିକ୍ଷା ମନ୍ଦିରରେ ଲଜ୍ଜା । ଛାତ୍ରୀଙ୍କ ମାସିକ ଋତୁସ୍ରାବ ହୋଇଛି କି ନାହିଁ ଜାଣିବା ପାଇଁ କଲେଜରେ ଛାତ୍ରୀଙ୍କ ଖୋଲାଯାଇଛି ଅନ୍ତଃବସ୍ତ୍ର । ଏଭଳି ଲଜ୍ଜାକର ଘଟଣା ଘଟିଛି ଗୁଜୁରାଟର ଶହଜାନନ୍ଦ ମହିଳା କଲେଜରେ । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।
କଲେଜର ଜଣେ ନୁହେଁ 68 ଜଣ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଡ୍ରେସ ଖୋଲିବାକୁ କହିଥିଲେ କଲେଜ କର୍ତ୍ତୃପକ୍ଷ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜର ଡିନ୍ ଦର୍ଶନା ଢୋଲକିଆ । ସେ କହିଛନ୍ତି, ଏହି ଘଟଣାରେ କଲେଜର କୌଣସି ହସ୍ତକ୍ଷେପ ନାହିଁ । ଘଟଣାଟି ଘଟିଛି କଲେଜ ହଷ୍ଟେଲରେ । ଯାହା ବି ହୋଇଛି ଛାତ୍ରୀଙ୍କ ଇଚ୍ଛାରେ । କେହିବି ସେମାନଙ୍କୁ ବାଧ୍ୟ କରିନଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ପୋଲିସ ।