ଓଡିଶା

odisha

ETV Bharat / bharat

ସେଲଫି ନେବା ବେଳେ ନଦୀରେ ଖସିପଡିଲେ ଯୁବତୀ, ଆଉ ତା ପରେ...

ଛତିଶଗଡର ଜଗଦଲପୁରରେ ସେଲଫି ନେବା ସମୟରେ ଗୋଡ ଖସିଯିବାରୁ ନଦୀରେ ପଡିଲେ ଯୁବତୀ । ଆଉ ତା ପରେ କଣ ଘଟିଲା ଦେଖନ୍ତୁ...

By

Published : Jul 31, 2019, 3:05 PM IST

Updated : Jul 31, 2019, 8:34 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରାୟପୁର: ବର୍ତ୍ତମାନ ସମୟରେ ସେଲଫି ନିଶାରେ ଉବୁଟୁବୁ ପିଲାଠୁ ବୁଢା । ସେଲଫି ପାଇଁ କେହି କେହି ଜୀବନକୁ ବାଜି ଲଗାଇଦେଉଛନ୍ତି । ତେବେ ସେଲଫି ଯୋଗୁଁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟୁଥିବା ପରେ ବି କମୁନି ସେଲଫି କ୍ରେଜ । ସେଲଫି ନେବାକୁ ଯାଇ ଅନେକଙ୍କ ଜୀବନ ଯାଉଥିବାବେଳେ ଆଉ କେତେକ ବହୁ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ସେହିପରି ଏକ ଦୁର୍ଘଟଣା ଘଟିଛି ଛତିଶଗଡର ଜଗଦଲପୁରରେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ଜଗଦଲପୁରର ନଦୀର ମହାଦେବ ଘାଟରେ ଜଣେ ଯୁବତୀ ସେଲଫି ନେବା ସମୟରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଖସି ପଡିଥିଲେ । ପାଖରେ ଥିବା 2 ଜଣ ଯୁବକ ଏହା ଦେଖି ପାଣିକୁ ଡେଇଁ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ତେବେ ଯୁବତୀଙ୍କ ଜଣଙ୍କର ଏବେ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି ।

ବର୍ଷା କାରଣରୁ ଇନ୍ଦ୍ରାବତୀ ନଦୀର ଜଳସ୍ତର ଏବେ ବୃଦ୍ଧି ପାଇଛି । ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମୁଛି । ଆଉ ନଦୀ ପାଣି ଦେଖିବାକୁ ଆସି ନିଜ ଜୀବନକୁ ବିପଦରେ ପକାଇ ସେଲଫି ନେଉଛନ୍ତି ଲୋକେ । ଯେଉଁଥିପାଇଁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଅନେକ । ଆଉ ପ୍ରଶାସନ ପକ୍ଷରୁ ମଧ୍ୟ ନଦୀ କୂଳରେ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇନାହିଁ ।

Last Updated : Jul 31, 2019, 8:34 PM IST

ABOUT THE AUTHOR

...view details