ନୂଆଦିଲ୍ଲୀ:ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆଉ ଏକ ନୂଆ ଦାୟିତ୍ବ ମିଳିଛି। ଇଣ୍ଟର-ପାର୍ଲ୍ୟାମେଣ୍ଟାରୀ ୟୁନିଅନ(IPU)ର ବାହ୍ୟ ଅଡିଟର(External Auditor) ଭାବେ ନିର୍ବାଚିତ ହୋଇଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ଯଥାଶୀଘ୍ର ଏହି ସମ୍ମାନଜନକ ପଦବୀ ଗ୍ରହଣ କରିବେ ଭାରତର କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ଏହାକୁ ନେଇ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରୁ ଏହି ଦାୟିତ୍ବ ଗ୍ରହଣ କରିବେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ମିଳିତ ଜାତିସଂଘ ସାଧାରଣ ସଭାରେ ଇଣ୍ଟର-ପାର୍ଲ୍ୟାମେଣ୍ଟାରୀ ୟୁନିଅନର ବାହ୍ୟ ଅଡିଟର ପଦବୀ ଏକ ପର୍ଯ୍ୟବେକ୍ଷକ ମାନ୍ୟତା। ଏହାର କାର୍ଯ୍ୟକାଳ 3 ବର୍ଷ ରହିଥାଏ। ବର୍ତ୍ତମାନ ଗିରିଶ ଚନ୍ଦ୍ର ମୁର୍ମୁ ଏହି ଦାୟିତ୍ବ ନେବାକୁ ଯାଉଛନ୍ତି।