ଓଡିଶା

odisha

ETV Bharat / bharat

'ପାକିସ୍ତାନ କାରଗିଲ ପରି ଦୁଃସାହସ ଆଉଥରେ କରିବନି'

ମୁଁ ପାକିସ୍ତାନକୁ ଚେତାବନୀ ଦେଉଛି । ଭବିଷ୍ୟତରେ ପାକିସ୍ତାନ କାଗରିଲ ପରି ଦୁଃସାହସ କଦାପି ନକରୁ । ଭାରତୀୟ ସେନା ଏହାର କଡା ଜବାବ ଦେବ । ଏପରିକି ଆଉଥରେ ଭାରତକୁ ଆକ୍ରମଣ କରିବାକୁ ଚିନ୍ତା ନକରୁ । ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ଦ୍ରାସ ଯୁଦ୍ଧ ସ୍ମାରକୀ ପରିଦର୍ଶନ ଅବସରରେ ପାକିସ୍ତାନକୁ ଉପରୋକ୍ତ ଚେତାବନୀ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 25, 2019, 8:51 PM IST

ଦ୍ରାସ: କାରଗିଲ ଯୁଦ୍ଧକୁ 20 ବର୍ଷ ପୁରିଛି । ଆମ ଦେଶର ବୀର ଯବାନଙ୍କ ବୀରତ୍ବର ପ୍ରମାଣ ଦିଏ କାରଗିଲ ବିଜୟ ଦିବସ । ପ୍ରତିବର୍ଷ 26 ଜୁଲାଇକୁ ସାରା ଭାରତ କାରଗିଲ ବିଜୟ ଦିବସ ରୂପେ ପାଳନ କରିଥାଏ । ତେବେ ବିଜୟ ଦିବସ ଅବ୍ୟବହିତ ପୂର୍ବରୁ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ


ସେ କହିଛନ୍ତି ଯେ, ମୁଁ ପାକିସ୍ତାନକୁ ଚେତାବନୀ ଦେଉଛି । ଭବିଷ୍ୟତରେ ପାକିସ୍ତାନ କାଗରିଲ ପରି ଦୁଃସାହସ କଦାପି ନକରୁ । ଭାରତୀୟ ସେନା ଏହାର କଡା ଜବାବ ଦେବ । ଏପରିକି ଆଉଥରେ ଭାରତକୁ ଆକ୍ରମଣ କରିବାକୁ ଚିନ୍ତା ନକରୁ ପାକିସ୍ତାନ ।

ତେବେ ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ମନ୍ତବ୍ୟ ରଖି ସ୍ଥଳସେନା ପ୍ରମୁଖ ବିପିନ ରାଓ୍ବତ କହିଛନ୍ତି ଯେ, ପାକିସ୍ତାନର କାର୍ଯ୍ୟ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଆମ ପାଖରେ ଅଛି । ତେଣୁ ଆମର ଆଭିମୁଖ୍ୟ ସ୍ପଷ୍ଟ ଏବଂ ଆମେ ଆମର ବୟାନ ଉପରେ ଅଟଳ ରହିବୁ ।

ଭାରତୀୟ ସ୍ଥଳସେନା ଶକ୍ତିକୁ ନେଇ ରାଓ୍ବତ କହିଛନ୍ତି, ଭାରତ ନିଜର ହତିଆର ନିଜେ ତିଆରି କରୁଛି । ସ୍ବଦେଶୀ ବନ୍ଧୁକ ଓ ହେଲିକପ୍ଟର ଭାରତ ପାଖରେ ଅଛି । ଏଥିସହ ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ଗୋଳାବାରୁଦ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ଋଷ ଓ ଭାରତର ମିଳିତ ସହଭାଗିଦାରୀରେ ଆମେଠିରେ ଏକେ-203ର ନିର୍ମାଣ କରାଯାଉଛି ।
ଏଥିସହ ଏୟାର ଷ୍ଟ୍ରାଇକ ପରେ ଭାରତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହ୍ରାସ ପାଇଛି । କାରଣ ଆମର ସେନା ପୁରାପୁରି ସତର୍କ ଅଛନ୍ତି ଓ ଅତିରିକ୍ତ ଫୋର୍ସବି ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିଛନ୍ତି ।

ABOUT THE AUTHOR

...view details