ଓଡିଶା

odisha

ଇସ୍ତଫା ଦେଲେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୁ

ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା । ପରବର୍ତ୍ତୀ ସିଏଜି ଭାବେ ଅବସ୍ଥାପିତ ହେବେ ବୋଲି ସୂଚନା ।

By

Published : Aug 6, 2020, 7:18 AM IST

Published : Aug 6, 2020, 7:18 AM IST

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କ ଇସ୍ତଫା
ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କ ଇସ୍ତଫା

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ତେବେ ସେ ପରବର୍ତ୍ତୀ ସିଏଜି(କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ଭାବେ ଅବସ୍ଥାପିତ ହେବେ ବୋଲି ସୂଚନା ମିଳିଛି ।

ଚଳିତ ସପ୍ତାହରେ ସିଏଜି ରାଜୀବ ମହର୍ଷିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଗିରୀଶ ଦାୟିତ୍ବ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଗିରୀଶଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଗ୍ରହଣ କରିଛନ୍ତି ନା ନାହିଁ ତାହା ଜଣାପଡିନାହିଁ ।

ସୂଚନାଥାଉକି, ଧାରା 370 ଉଚ୍ଛେଦ ଓ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ମୁର୍ମୁ ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଇଥିଲେ । ସେ ଗତବର୍ଷ ଅକ୍ଟୋବର 31 ତାରିଖରେ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ।

ତେବେ 1985 ମସିହା ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details