ଓଡିଶା

odisha

ETV Bharat / bharat

ଗୌରବ ଚନ୍ଦେଲ ହତ୍ୟା ଘଟଣା: 20 ଦିନ ପରେ ପ୍ରଥମ ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ଗୌରବ ଚନ୍ଦେଲ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ନୋଏଡା ଓ ହାପୁଡ ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

gaurav chandel murder case
ଫାଇଲ ଫଟୋ

By

Published : Jan 26, 2020, 7:56 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଗୌରବ ଚନ୍ଦେଲ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ନୋଏଡା ଓ ହାପୁଡ ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଏ ଘଟଣାରେ ଜଡିତ ହତ୍ୟାକାରୀ କାର ଚୋରି କରିବା ଉଦ୍ଦେଶ୍ୟରେ ତାଙ୍କର ହତ୍ୟା କରିଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ ବେଶରେ ହତ୍ୟାକାରୀ ପ୍ରଥମେ ଗୌରବ ଚନ୍ଦେଲଙ୍କ ଗାଡିକୁ ଅଟକାଇଥିଲା ।


ତାଙ୍କୁ ଗତ ଜାନୁଆରୀ 6ରେ ହତ୍ୟା କରାଯାଇଥିଲା । ପରେ ଜାନୁଆରୀ 7ରେ ସର୍ଭିସ ରୋଡ ପାଖରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେ ଗୁରୁଗ୍ରାମର ଏକ ପ୍ରାଇଭେଟ କମ୍ପାନିରେ ଚାକିରୀ କରୁଥିଲେ । ଏ ଘଟଣାରେ 4 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ, ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଗ୍ରେଟର ନୋଏଡାରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା ।

ଅନ୍ୟପକ୍ଷେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ କରି ହତ୍ୟାକାରୀଙ୍କୁ ଧରିବା ପାଇଁ ଅନୁରୋଧ କରିବା ସହ ସରକାରଙ୍କୁ ଏ ଘଟଣାରେ ଟାର୍ଗେଟ କରିଥିଲେ । ଏହା ସହିତ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାପାଳ ମୃତକ ଗୌରବ ଚନ୍ଦେଲଙ୍କ ପରିବାରକୁ 20 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details