ଓଡିଶା

odisha

ETV Bharat / bharat

ରାଞ୍ଚିରେ ଲଜ୍ଜା, ଇନ୍ସୁରାନ୍ସ ଏଜେଣ୍ଟଙ୍କୁ ଗଣଦୁଷ୍କର୍ମ

ଝାଡଖଣ୍ଡର ରାଜଧାନୀରେ ଲଜ୍ଜା । ଜଣେ ମହିଳା ଏଜେଣ୍ଟ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରି 3 ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Feb 11, 2020, 10:04 AM IST

Gangrape in Ranchi
ରାଞ୍ଚିରେ ଲଜ୍ଜା, ଇନ୍ୟୁରାନ୍ସ ଏଜେଣ୍ଟଙ୍କୁ ଗଣଦୁଷ୍କର୍ମ

ରାଞ୍ଚି: ଦେଶରେ ଦୁଷ୍କର୍ମ ମାମଲା ଥମିବାର ନାଁ ଧରୁନଥିବା ବେଳେ ଝାଡଖଣ୍ଡର ରାଞ୍ଚିରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ମହିଳା ଇନସୁରାନ୍ସ ଏଜେଣ୍ଟ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ ।

ରାଞ୍ଚିର ଖଟଙ୍ଗା ଅଞ୍ଚଳର ଜଣେ ମହିଳା ଇନସ୍ୟୁରାନ୍ସ ଏଜେଣ୍ଟଙ୍କୁ 5 ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଅନୁସାରେ, ଶୁକ୍ରବାର ପୀଡିତା ଜଣେ ବ୍ୟକ୍ତିକୁ ଭେଟି ଇନସୁରାନ୍ସ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ । ଇନସୁରାନ୍ସରେ କାଗଜପତ୍ର ଆଣିନଥିବା ନେଇ ଯୁବକ ତାଙ୍କୁ କହିବା ସହ ଘରକୁ ଆସି ଜରୁରୀକାଳୀନ କାଗଜପତ୍ର ସାଙ୍ଗରେ ନେଇ ଯିବାକୁ କହିଥିଲେ ।

କଥାବାର୍ତ୍ତା ଅନୁସାରେ, ପୀଡିତା ଉକ୍ତ ଯୁବକ ଦେଇଥିବା ଠିକଣାରେ ପହଞ୍ଚିଥିଲେ । ସେଠାରେ ପୀଡିତାଙ୍କୁ 5 ଜଣ ଦୁଷ୍କର୍ମ କରି ରାସ୍ତା କଡରେ ଛାଡି ଦେଇ ଫେରାର ହୋଇଥିଲେ । ଏନେଇ ପୀଡିତା ସୋମବାର ଥାନାରେ ଅଭିଯୋଗ କରିବା ପରେ ପୁରା ମାମଲା ସାମ୍ନାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରି 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details