ରାଜଘାଟ । ନା ଶୁଣିଲେ ମନକୁ ଆସେ ବାପୁଙ୍କ କଥା । ଏଠାରେ ଠିଆ ହେଲେ ଆପେ ଆପେ ନଇଁଯାଏ ମୁଣ୍ଡ । କୋଟି କୋଟି ଭାରତୀୟଙ୍କ ପାଇଁ ଏହି ସ୍ଥାନ କୌଣସି ତୀର୍ଥ ସ୍ଥଳୀଠାରୁ କମ ନୁହେଁ । ତେବେ ଆପଣ ଜାଣନ୍ତି କି, ଏଭଳି ଭାବେ ବାପୁଙ୍କ ଆଉ ଏକ ସମାଧି ସ୍ଥଳୀ ରହିଛି । ଯାହା ଆଜି ବି ଦୃଷ୍ଟି ଆଢୁଆଳରେ । ଏହି ପବିତ୍ର ସ୍ଥଳ ସମ୍ପର୍କରେ ଆପଣଙ୍କୁ ଜଣାଇବା ଲାଗି ଏଠାରେ ପହଞ୍ଚିଛି ‘ଇଟିଭି ଭାରତ’ ।
ଏ ହେଉଛି ମଧ୍ୟପ୍ରଦେଶର ନର୍ମଦା ନଦୀ କୂଳରେ ଅସ୍ଥାପିତ ଦ୍ବିତୀୟ ରାଜଘାଟ ‘ବରୱାନି’ । 1965 ମସିହା ଫେବୃଆରୀ 12ରେ କାଶିନାଥ ତ୍ରିବେଦୀ ଏହାକୁ ସ୍ଥାପନ କରିଥିଲେ । ଏଠାରେ ଜାତିର ପିତାଙ୍କ ଚିତା ଭସ୍ମ ରହିଛି । କେବଳ ବାପୁ ନୁହେଁ ତାଙ୍କ ପତ୍ନୀ କସ୍ତୁରବା ଓ ସଚିବ ମହାଦେବ ଦେଶାଇଙ୍କ ଅସ୍ଥି କଳସ ଅଛି । ଭାରତର ରାଜଧାନୀ ଛାତିରେ ଥିବା ବାପୁଙ୍କ ସମାଧି ସ୍ଥଳ ‘ରାଜଘାଟ’ର ନା ଅନୁଯାୟୀ ଏହି ସ୍ଥାନ ମଧ୍ୟ ରାଜଘାଟ ଭାବେ ନାମିତ ।