ଓଡିଶା

odisha

ETV Bharat / bharat

ଗାଁର ବିକାଶ ପାଇଁ ଗାନ୍ଧୀଙ୍କ ବିଚାର ଅପରିହାର୍ଯ୍ୟ: ଆନ୍ନା ହଜାରେ - ଗାଁ ବିକାଶରେ ଗାନ୍ଧୀଙ୍କ ବିଚାର

ଗାନ୍ଧୀବାଦ ଆଜି ବି ଗାଁର ବିକାଶ ସହ ଜଡିତ । ଦ୍ରୁତ ବେଗରେ ସହରୀକରଣ ପରିବେଶକୁ ଧ୍ବଂସାଭିମୁଖୀ କରିବାରେ ଲାଗିଛି । ଏଣୁ ଦେଶର ଅଭିବୃଦ୍ଧି ପାଇଁ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ହେବା ଆବଶ୍ୟକ । ଗାନ୍ଧୀଙ୍କ 150 ତମ ଜନ୍ମଜୟନ୍ତୀ ଉପଲକ୍ଷେ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ...

ଡିଜାଇନ ଫଟୋ

By

Published : Aug 29, 2019, 9:53 PM IST

ମହମ୍ମଦନଗର (ମହାରାଷ୍ଟ୍ର): ଭାରତର ଆତ୍ମା ଗାଁରେ । ସ୍ବାଧୀନତା ପରେ କ୍ରମେ କ୍ରମେ ନିମ୍ନରୁ ବିକାଶ ହେବା ଆବଶ୍ୟକ । ଏଭଳି ବିଚାର ରଖୁଥିବା ଗାନ୍ଧୀଙ୍କ ସ୍ବପ୍ନ ମଉଳିବାରେ ଲାଗିଛି । ପ୍ରତିଦିନ ପ୍ରକାଶ ପାଉଛି ଗାଁ ପ୍ରତି ସରକାରଙ୍କ ଅବହେଳାର ଲମ୍ବା ଚିଠା । ତେବେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ‘ଇଟିଭି ଭାରତ’ ସହ ଅନୁଭବୀ ଗାନ୍ଧୀବାଦୀ ଓ ଭ୍ରଷ୍ଟାଚାର ବିରୋଧୀ ଆନ୍ନା ହଜାରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ଆଜିର ସମୟରେ ଗାଁର ବିକାଶ ପାଇଁ ବାପୁଙ୍କ ବିଚାର କେତେ ଜରୁରୀ, ସେ ନେଇ ଆନ୍ନାଙ୍କ ମୁହଁରୁ ....

ଭିଡିଓ ସୌଜନ୍ୟ-ଇଟିଭି ଭାରତ
ଆନ୍ନାଙ୍କ ସହ ସାକ୍ଷାତକାର

ଗାଁର ବିକାଶ ପାଇଁ ଗାନ୍ଧୀଙ୍କ ସୂତ୍ରକୁ ଅନୁକରଣ କରିବା ଦରକାର-

ଗାଁକୁ ଚାଲ । ଗାଁର ବିକାଶ ହେଲେ ଦେଶର ବିକାଶ ସମ୍ଭବ । ହେଲେ ବର୍ତ୍ତମାନ ଆଧୁନିକତାରେ ଅନ୍ଧ ହୋଇ ସମସ୍ତେ ସହରମୁହାଁ । କାରଣ ସହରରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ବଞ୍ଚିବା ପାଇଁ ଯେଉଁ ସବୁ ଆବଶ୍ୟକତା ରହିଛି ସେ ସବୁ ସହରରେ ମିଳୁଛି । ଯେଉଁଥିପାଇଁ ଗାଁ ଛାଡି ଲୋକେ ସହରକୁ ଯିବା ପାଇଁ ଆଗ୍ରହୀ । ତେବେ ଏଥିଯୋଗୁଁ ପରିବେଶ ଧ୍ବଂସ ହେଉଛି । ଜନବସତି ପାଇଁ ଗଛ କାଟ ହେଉଛି । ଫଳରେ ସନ୍ତୁଳନ ନଷ୍ଟ ହେଉଛି । ନାନା ରୋଗ ମାଡିବସୁଛି । ତାପମାତ୍ରା ବୃଦ୍ଧି ପାଉଛି । ଏ ନେଇ ପୃଥିବୀ ଆଜି ଚିନ୍ତାଗ୍ରସ୍ତ ।

ଆନ୍ନାଙ୍କ ସହ ସାକ୍ଷାତକାର

ନିଜର ମୂଲ୍ୟ ବୁଝିବାକୁ ଲୋକଙ୍କୁ ଗାନ୍ଧୀଙ୍କ ଜୀବନୀ ଅନୁସରଣ କରିବା ଆବଶ୍ୟକ

ଗାନ୍ଧୀଙ୍କ ବିଚାର ଆଜିବି ସେତିକି ମହତ୍ବପୂର୍ଣ୍ଣ । ସତ୍ୟ ଓ ଅହିଂସାରେ ଅପାର ଶକ୍ତି ରହିଛି । ହେଲେ ଯଦି ନିଜ ଶକ୍ତିକୁ ଅନୁଭବ କରି ତାହାର ପ୍ରଭାବ ଦେଖାଇବାକୁ ଚାହଁ, ତେବେ ଅହିଂସା ଓ ସତ୍ୟାଗ୍ରହର ପାଳନ କରି କିଛି ଫାଇଦା ନାହିଁ । କାରଣ ଏସବୁ ବିଚାର ପାଳନ କରୁଥିବା ବ୍ୟକ୍ତିଙ୍କ ଆଚରଣ ସୁଦ୍ଧ ହେବା ଦରକାର । ଯିଏ ଦାଗହୀନ ଜୀବନ ଯାପନ କରୁଥିବା ଏବଂ ତାର ଆଚାରଣ ବିଚାରରେ ଶୁଦ୍ଧ, ଚରିତ୍ର ଶୁଦ୍ଧ, ଜୀବନରେ ସାମାଜିକ ଓ ରାଷ୍ଟ୍ରୀୟ ଦୃଷ୍ଟିକୋଣ ଥିବ ଏବଂ ତ୍ୟାଗ ଆଧାରରେ ବଞ୍ଚୁଥିବ ସେ ଅହିଂସାକୁ ଆପଣାଇ ବାପୁଙ୍କ ମାର୍ଗରେ ଚାଲିପାରିବ ।

ଆନ୍ନାଙ୍କ ସହ ସାକ୍ଷାତକାର


ଗାନ୍ଧୀବାଦକୁ ଆଜି ସଠିକ ଦିଗରେ ଶିକ୍ଷା ଦିଆଯାଉନି

ପ୍ରଥମେ ପରିବାରର ସଂସ୍କାରର ଅଭାବ ରହିଛି । ପିଲାଙ୍କୁ ଗାନ୍ଧୀବାଦର ବିଚାରକୁ ଶିଖାଇବା ଦରକାର । ବାସ ବହିରେ ପଢି ସେମାନେ ଯାହା ଶିଖୁଛନ୍ତି । ହେଲେ ପ୍ରକୃତରେ ଜଣଙ୍କ ଆଚାର ବିଚାର କିପରି ହେବା ଦରକାର , ସେ ସମ୍ପର୍କରେ ସେମାନଙ୍କୁ ସଠିକ ଶିକ୍ଷା ଦିଆଯାଉଛି । ସାଧାରଣତଃ ବର୍ତ୍ତମାନ ସମସ୍ତେ ନିଜ ସ୍ବାର୍ଥରେ ଅନ୍ଧ । ଯେଉଁଥିପାଇଁ ଆଜି ସତ୍ୟ ଓ ଅହିଂସାର ପ୍ରଭାବ ଦେଖିବାକୁ ମିଳୁନି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details