ଓଡିଶା

odisha

ETV Bharat / bharat

ବ୍ରିଟିଶ୍‌ ଯୁଗର ଗ୍ଲୋଗୀ ପାୱାର ହାଉସ୍‌, ଆଜିବି ଚମକୁଛି ଡେରାଡୁନ

ବ୍ରିଟିଶ୍‌ ଶାସନରେ ଅନେକ ସହର ଅନ୍ଧାରରେ ଥିବାବେଳେ ଡେରାଡୁନ ଓ ପାହାଡିଆ ଅଞ୍ଚଳ ରାନୀ ମସୁରୀକୁ ଆଲୋକିତ କରିବା ଲାଗି ‘ଗ୍ଲୋଗୀ ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଥିଲା । ଏହା ଦେଶର ସବୁଠାରୁ ପୁରାତନ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।

By

Published : Aug 20, 2019, 8:17 AM IST

ଡିଜାଇନ ଫଟୋ

ଡେରାଡୁନ: ଆଧୁନିକତାର ଏହି ଯୁଗରେ ନା ଗାନ୍ଧୀଙ୍କ ବିଚାର ବଦଳିଛି ନା ବଦଳିଛି ତାଙ୍କ ଚରଖା । ବଦଳିଛି ତ କେବଳ ବିକାଶର ଧାରା । ତେବେ ଦେଶରେ ଏପରି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି ଯାହାକୁ ବ୍ରିଟିଶ୍‌ ସରକାର କରିଥିଲେ । ଯାହା ଆଜି ବି ଅତୀତର କାହାଣୀ କହୁଛି । ଯାହାକୁ ଦେଖି ଆଜି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବ୍ରିଟିଶ୍‌ ଶାସନରେ ଅନେକ ସହର ଅନ୍ଧାରରେ ଥିବାବେଳେ ଡେରାଡୁନ ଓ ପାହାଡିଆ ଅଞ୍ଚଳ ରାନୀ ମସୁରୀକୁ ଆଲୋକିତ କରିବା ଲାଗି ‘ଗ୍ଲୋଗୀ ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଥିଲା । ଏହା ଦେଶର ସବୁଠାରୁ ପୁରାତନ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। ଯାହାର ଆଲୋକରେ ଆଜି ବି ଡେରାଡୁନ ଓ ମସୁରୀ ଚମକୁଛି । ତେବେ ଏହି ପ୍ରକଳ୍ପ ପାଇଁ ମସୁରୀରେ 1890 ମସିହାରେ କାମ ଆରମ୍ଭ ହୋଇଥିଲା । ବ୍ରିଟିଶ୍‌ ସରକାର ଭାରତରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରଥମେ ମସୁରୀକୁ ବାଛିଥିଲେ ଯାହାର ଇତିହାସ ଆଜି ବି ଗ୍ଲୋଗୀ ପାୱାର ହାଉସ ଦର୍ଶାଉଛି ।

ଆଜି ଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳୁଛି କିନ୍ତୁ ଆଧୁନିକ ଭାରତରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଆଜି ବି ଲୋକେ ବିଦ୍ୟୁତ୍‌କୁ ଅନାଇ ବସିଛନ୍ତି । ଯେତେବେଳେ କି ଭାରତ ପରାଧୀନ ଥିବା ସମୟରେ ହିଁ ମସୁରୀ ସ୍ଥିତ ଗ୍ଲୋଗୀ ପାୱାର ହାଉସ୍‌ ବିକାଶ ଧାରାକୁ ଆଗକୁ ନେଇଥିଲା । ଯାହା ଆଜି ବି ସେ ଅଞ୍ଚଳକୁ ଆଲୋକିତ କରୁଛି ।

ବିଟ୍ରିଶ୍‌ ଶାସନ ସମୟରେ ଇଂରେଜ ମାନେ ଡେରାଡୁନ ଓ ମସୁରୀକୁ ଆଲୋକିତ କରିବା ଲାଗି ଏହି ପ୍ରକଳ୍ପର ଯୋଜନା କରିଥିଲେ । ଯାହାକୁ ସେହି ସମୟରେ ହିଁ କାର୍ଯ୍ୟକାରୀ କରାଯାଇଥିଲା । ସୂଚନା ଅନୁସାରେ, ଏହି ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ପ୍ରାୟ 7 ଲକ୍ଷ 50 ହଜାର ଖର୍ଚ୍ଚ କରାଯାଇଥିଲା । ତେବେ ଏଥିଲାଗି ଦରକାର ଥିବା ସରଞ୍ଜାମ ପ୍ରଥମେ ସଡକରେ ଅଣାଯାଉଥିଲା । ପରେ 1900 ମସିହାରେ ଯେତେବେଳେ ଡେରାଡୁନକୁ ରେଳ ଚଳାଚଳ ଆରମ୍ଭ କଲା ଏହି ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଲା । ଟ୍ରେନ ମାଧ୍ୟମରେ ଆବଶ୍ୟକୀୟ ଯନ୍ତ୍ରପାତି ଅଣାଯାଇ କାମକୁ ତ୍ବରାନ୍ବିତ କରାଗଲା । ଇଲଂଣ୍ଡରୁ ଜଳପଥରେ ମୁମ୍ବାଇ ପର୍ଯ୍ୟନ୍ତ ଓ ସେଠାରୁ ଡେରାଡୁନ ଯାଏ ରେଳପଥ ପରେ ଶ୍ରମିକଙ୍କ ମାଧ୍ୟମରେ ଏହି ସରଞ୍ଜାମ ଅଣାଯାଉଥିଲା ।

1912 ମସିହା ନଭେମ୍ବର 9 ତାରିଖରେ ଗ୍ଲୋଗୀ ପାୱାର ହାଉସ୍‌ ଦେଶର ଦ୍ବିତୀୟ ବିଜୁଳି ଘର ହେବାର ଗୌରବ ଅର୍ଜନ କଲା । 1920 ମସିହା ସୁଦ୍ଧା ମସୁରୀର ଅଧିକାଂଶ ବଙ୍ଗଳା, ହୋଟେଲ ଓ ବିଦ୍ୟାଳୟ ଲ୍ୟାମ୍ପ ଛାଡି ବିଜୁଳି ବଲବ୍‌ର ବ୍ୟବହାର କରୁଥିଲେ ।

ଧିରେ ଧିରେ ମସୁରୀର ଲଂଢୋର ଓ ଡେରାଡୁନ ବିଜୁଳୀକରଣ ହୋଇଥିଲା । ପ୍ରାୟ 70 ବର୍ଷ ପର୍ଯ୍ୟନ୍ତ ଏହାର ମାଲିକାନା ମସୁରୀ ମ୍ୟୁନିସପାଲଟି ହାତରେ ଥିଲା । ବିଦ୍ୟୁତ୍‌ ଅର୍ଥରେ ସେତେବେଳେ ମସୁରୀ ମ୍ୟୁନିସିପାଲଟି ଉତ୍ତର ପ୍ରଦେଶର ସବୁଠୁ ଧନୀ ମ୍ୟୁନିସିପାଲଟି ବୋଲି ଧରାଯାଉଥିଲା ।

1976 ମସିହାରେ ଉତ୍ତରପ୍ରଦେଶ ବିଦ୍ୟୁତ୍‌ ପରିଷଦ ଏହାକୁ ମ୍ୟୁନିସିପାଲଟି ପାଖରୁ ନେଇଯାଇଥିଲା । ତେବେ ଗତ 35 ବର୍ଷ ହେବ ଏହି ପାୱାର ହାଉସ୍‌ ଅନେକ କଥା ଦେଖିଛି । କେତେ ପୁରୁଣା କର୍ମଚାରୀ ଅବସର ଗ୍ରହଣ କଲେଣି । ହେଲେ ଏହା ଏବେବି ଅବିରତ ନିଜ କାମ କରୁଛି । ତେବେ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଏହାର ନିୟନ୍ତ୍ରଣ ଉତ୍ତରାଖଣ୍ଡ ବିଦ୍ୟୁତ୍‌ ନିଗମକୁ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details