ଓଡିଶା

odisha

ETV Bharat / bharat

ଜାଲିଆନାୱାଲାବାଗ୍‌ ଗୁଳିକାଣ୍ଡରେ ମୃତ ଭାରତୀୟଙ୍କ ରକ୍ତ ମିଶା ମାଟିକୁ ପୂଜା କରୁଥିଲେ ଭଗତ ସିଂହ

ଦେଶ ସେବାକୁ ଜୀବନର ଶ୍ରେଷ୍ଠ ସେବା ବୋଲି ମାନି ସେ ହସି ହସି ଦେଇଥିଲେ ପ୍ରାଣର ଆହୁତୀ । କମ ବୟସରେ ତାଙ୍କର ବୀରତ୍ବର ଗାଥା ଆଜି ବି ଶୁଣିଲେ ଦେହରେ ଖେଳିଯାଏ ସିଂହରଣ । ତାଙ୍କ ବୀରତ୍ବ ଗାଥା ଶୁଣିଲେ ଗର୍ବରେ ଫୁଲି ଉଠେ ଛାତି ଓ ପ୍ରେରିତ ହୁଏ ଯୁବପିଢି । ସେ ହେଉଛନ୍ତି ବୀର ଭଗତ ସିଂହ ।

bhagat singh, unknown fact, unknown fact on bhagat singh, freedom fighter bhagat singh, ଭଗତ ସିଂହ, ଅଜଣା କଥା, ଭଗତ ସିଂହଙ୍କୁ ନେଇ ଅଜଣା କଥା, ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହ
ଜାଲିଆନାୱାଲା ବାଗ୍‌ ଗୁଳିକାଣ୍ଡରେ ମୃତ ଭାରତୀୟଙ୍କ ରକ୍ତ ମିଶା ମାଟିକୁ ପୂଜା କରୁଥିଲେ ଭଗତ ସିଂହ

By

Published : Sep 28, 2020, 2:27 PM IST

ଦେଶ ସେବାକୁ ଜୀବନର ଶ୍ରେଷ୍ଠ ସେବା ବୋଲି ମାନି ସେ ହସି ହସି ଦେଇଥିଲେ ପ୍ରାଣର ଆହୁତୀ । କମ ବୟସରେ ତାଙ୍କର ବୀରତ୍ବର ଗାଥା ଆଜି ବି ଶୁଣିଲେ ଦେହରେ ଖେଳିଯାଏ ସିଂହରଣ । ତାଙ୍କ ବୀରତ୍ବ ଗାଥା ଶୁଣିଲେ ଗର୍ବରେ ଫୁଲି ଉଠେ ଛାତି ଓ ପ୍ରେରିତ ହୁଏ ଯୁବପିଢି । ସେ ହେଉଛନ୍ତି ବୀର ଭଗତ ସିଂହ । ବିପ୍ଲବବାଦ ଓ ସାମ୍ୟବାଦକୁ ସମର୍ଥନ କରୁଥିବା ଭଗତ ସିଂହଙ୍କ ବୀରତ୍ବ ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ଉଜ୍ଜିବୀତ ରଖିଛି ବିପ୍ଳବର ବହ୍ନି । ଆଜି ତାଙ୍କର 113ତମ ଜନ୍ମଜୟନ୍ତୀରେ ସାରା ଦେଶ ମନେ ପକାଇଛି ତାଙ୍କ ବୀରତ୍ବ ଓ ବଳିଦାନର ଗାଥା ।

1907 ମସିହା ସେପ୍ଟେମ୍ବର 28ରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ । ତତ୍କାଳୀନ (ବର୍ତ୍ତମାନ ପାକିସ୍ତାନ ସ୍ଥିତ) ଲ୍ୟାଲପୁର ଜିଲ୍ଲାର ବଙ୍ଗା ଗାଁରେ ତାଙ୍କର ଜନ୍ମ । ଖୁବ କମ ବୟସରେ ସେ ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଦେଶ ସ୍ବାଧୀନତାର ନିଆଁ ତାଙ୍କୁ ଯେପରି ଆନ୍ଦୋଳିତ କରୁଥିଲା, ଠିକ୍‌ ସେହିଭଳି ଭାବେ ସେ ଥିଲେ ଜଣେ ଜଣାଶୁଣା ନାଟ୍ୟ କଳାକାର ।

ତେବେ ପଢନ୍ତୁ ଭଗତ ସିଂହଙ୍କୁ ନେଇ କିଛି ଅଜଣା କଥା...

  • ସ୍କୁଲ ଓ କଲେଜରେ ସେ ଥିଲେ ଜଣେ ପ୍ରତିଭାବାନ ନାଟ୍ୟ କଳାକାର ।
  • ଜାଲିଆନୱାଲାବାଗ୍‌ ଗୁଳିକାଣ୍ଡ ସମୟରେ ଭଗତ ସିଂହ ସ୍କୁଲରେ ପଢୁଥିଲେ । ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ସେ ତୁରନ୍ତ ସ୍କୁଲ ଛାଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ସେ ପ୍ରାଣ ହରାଇଥିବା ଭାରତୀୟଙ୍କ ରକ୍ତ ମିଶା ମାଟିକୁ ସଂଗ୍ରହ କରି ଏକ ବୋତଲରେ ସାଇତି ରଖିଥିଲେ । ଯାହାକୁ ସେ ପ୍ରତିଦିନ ପୂଜା କରୁଥିଲେ । ସେହିଠାରୁ ହିଁ ତାଙ୍କ ମନରେ ସ୍ବାଧୀନତା ସଂଗ୍ରାମୀର ଚିନ୍ତା ଧାରା ବିକାଶ ହୋଇଥିବା ବିଶ୍ବାସ କରାଯାଏ ।
  • ଛୁଆ ବେଳୁ ତାଙ୍କର ଇଚ୍ଛା ଥିଲା ସେ ଗୁଳି ଚାଳନା ଶିଖିବେ ଓ ଗୋରା ସରକାରକୁ ଗୁଳିରେ ଆକ୍ରମଣ କରିବେ ।
  • ସାଧାରଣ ପିଲାଙ୍କ ପରି ତାଙ୍କ ଖେଳନା ଓ କଣ୍ଢେଇ ପ୍ରତି କେବେ ରୁଚି ରହିନଥିଲା ।
  • ଯୁବାବସ୍ଥାରେ ଯେବେ ପିତା ମାତା ତାଙ୍କର ବିବାହ କରିବା ପାଇଁ ସ୍ଥିର କଲେ ସେ ସମୟରେ କାନପୁରସ୍ଥିତ ନିଜ ଘର ଛାଡି ଚାଲିଯାଇଥିଲେ ଭଗତ ସିଂହ । ସେ କହିଥିଲେ କି ପରାଧୀନ ଭାରତରେ ଯଦି ସେ ବିବାହ କରନ୍ତି, ତେବେ ତାଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ସେ ମୃତ୍ୟୁକୁ ବାଛିବେ । ଏହାପରେ ସେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନରେ ସାମିଲ ହୋଇଥିଲେ ।
  • ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିବାଦରେ ସାଥୀ ସୁଖଦେବଙ୍କ ସହ ମିଶି ଭଗତ ଗୋରା ସରକାରର ଏସପି ଜେମ୍ସ ସ୍କଟର ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ଭୁଲ ବୁଝାମଣା ଓ ଚିହ୍ନିବାରେ ଭୁଲ ହେବାରୁ ସେମାନେ ଅତିରିକ୍ତ ଏସପି ଜନ ସୌନ୍ଦର୍ସଙ୍କ ଉପରକୁ ଗୁଳି ଚଳାଇଥିଲେ ।
  • ଜଣେ ଶିଖ ହେବା ସତ୍ତ୍ବେ ଏହି ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ସେ ନିଜ ଦାଢି ଓ କେଶ କାଟିଥିଲେ । ଏହି ପରିବର୍ତ୍ତିତ ପରିଚୟ ନେଇ ସେ ଲାହୋରରୁ କୋଲକାତା ଖସି ପଳାଇବାରେ ସଫଳ ହୋଇଥିଲେ ।
  • ଏହି ହତ୍ୟାକାଣ୍ଡ ଘଟଣାର ବର୍ଷେ ପରେ ଭଗତ ବଟୁକେଶ୍ବର ଦତ୍ତଙ୍କ ସହ ମିଶି ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ବିଧାନସଭା ଗୃହରେ ବୋମା ପକାଇ ଗୃହ ବାହାରେ ‘ଇନକଲାବ ଜିନ୍ଦାବାଦ’ର ନାରା ଦେଇଥିଲେ । ତେବେ ଏହି ଘଟଣାରେ ଗିରଫ ହେବାରୁ ସେ ନିଜକୁ ରକ୍ଷା କରିପାରି ନଥିଲେ ।
  • ଗିରଫ ହେବା ପରେ ଗୋରା ସରକାର ତାଙ୍କୁ ପରଚା ଉଚୁରା କରିବା ପରେ ସେ ଜାଣି ପାରିଥିଲେ କି ସେ ଗତବର୍ଷ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ।
  • ଗିରଫ ପରେ ଭଗତଙ୍କୁ କୋର୍ଟ ଚାଲାଣ କରାଯାଇଥିଲେ । ସେଠାରେ ଟ୍ରାଏଲ ସମୟରେ ଭଗତ ସିଂହ ନିଜ ସୁରକ୍ଷା ପାଇଁ ଥରେ ହେଲେ ବି କହିନଥିଲେ । ବରଂ ପ୍ରତିଥର ଏପରି ସୁଯୋଗର ଲାଭ ଉଠାଇ ସେ ଭାରତର ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ।
  • 1930 ମସିହା ଅକ୍ଟୋବର 7 ତାରିଖତରେ ତାଙ୍କ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା । ଯାହାକୁ ଅତି ଦମ୍ଭ ଓ ବୀରତ୍ବର ସହ ଶୁଣିଥିଲେ ଭଗତ ।
  • ଜେଲରେ ବନ୍ଦୀ ଥିବା ସମୟରେ ମଧ୍ୟ ସେ ନିଜ ଅଧିକାର ପାଇଁ ଲଢେଇ ବନ୍ଦ କରିନଥିଲେ । ବରଂ ସେ ଏହି ସମୟରେ ଅନଶନରେ ବସି ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଜେଲରେ ସମସ୍ତ କଏଦୀଙ୍କ ପ୍ରତି ସମାନ ଓ ଶାଳୀନ ବ୍ୟବହାର ।
  • 1931 ମସିହା ମାର୍ଚ୍ଚ 24 ତାରିଖରେ ତାଙ୍କୁ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ 11 ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ 23 ସନ୍ଧ୍ୟା 7ଟା 30 ମିନିଟକୁ ଘୁଞ୍ଚାଇ ଦିଆଯାଇଥିଲା ।
  • କୁହାଯାଏ କି ଭଗତ ସିଂହଙ୍କୁ ଫାଶୀ ଦଣ୍ଡାଦେଶର ଦେଖାଶୁଣା ପାଇଁ କୌଣସି ମାଜିଷ୍ଟ୍ରେଟ ପ୍ରସ୍ତୁତ ନଥିଲେ । ଦୀର୍ଘ ସମୟର ତର୍କ ପରେ ଶେଷରେ ଜଣେ ଅଭିଜ୍ଞ ବିଚାରପତି ଏହି ଦାୟିତ୍ବ ନେଇଥିଲେ ।
  • ଇତିହାସ କୁହେ, ଫାଶୀ ଖୁଣ୍ଟ ପାଖକୁ ଯିବା ସମୟରେ ମୁହଁରେ ହସ ନେଇ ଯାଇଥିଲେ ଭଗତ ସିଂହ । କେବଳ ସେତିକି ନୁହେଁ, ତାଙ୍କୁ ଫାଶୀ ଦିଆଯିବା ସମୟରେ ବ୍ରିଟିଶ ସାମ୍ରାଜ୍ୟବାଦର ବିନାଶ ପାଇଁ ନାରା ମଧ୍ୟ ଦେଇଥିଲେ ।
  • ଫାଶୀ ବେଳକୁ ଏହି ଲୋକପ୍ରିୟ ସ୍ବାଧୀନତା ସଂଗ୍ରାମୀଙ୍କୁ ମାତ୍ର 23 ବର୍ଷ ହୋଇଥିଲା । ଆଜି ବି ତାଙ୍କ ପ୍ରାଣର ଆହୁତୀ ଦେଶପ୍ରେମର ପ୍ରତୀକ ଭାବେ ଅନେକ ଯୁବପିଢିଙ୍କ ମନରେ ଉଜ୍ଜିବୀତ ରହିଛି ।

ABOUT THE AUTHOR

...view details