ଓଡିଶା

odisha

ଭେଦଭାବ ମୁକ୍ତ କାଶ୍ମୀର, ଧାରା ଉଚ୍ଛେଦର ବର୍ଷେ ପରେ ବିକାଶ ପାଇଁ ଆଶାବାଦୀ ଜାମ୍ମୁ ବାସିନ୍ଦା

By

Published : Aug 5, 2020, 2:28 PM IST

ଅନେକ ବର୍ଷର ପ୍ରଚେଷ୍ଠା ପରେ 2019 ଅଗଷ୍ଟ 5ରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ଘୋଷଣା କଲେ। ଏହାସହ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଅଲଗା କରାଯାଇଛି । ବର୍ତ୍ତମାନଠାରୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାକ ପୃଥକ-ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । ଏବେ ଭେଦଭାବରୁ ମୁକ୍ତ, ଜାମ୍ମୁ ବାସିନ୍ଦା ବିକାଶ ପାଇଁ ଆଶାବାଦୀ ରହିଛନ୍ତି।

ଭେଦଭାବ ମୁକ୍ତ ଆଜାଦ୍ କାଶ୍ମୀର, ଜାମ୍ମୁ ବାସିନ୍ଦା ବିକାଶ ପାଇଁ ଆଶାବାଦୀ
ଭେଦଭାବ ମୁକ୍ତ ଆଜାଦ୍ କାଶ୍ମୀର, ଜାମ୍ମୁ ବାସିନ୍ଦା ବିକାଶ ପାଇଁ ଆଶାବାଦୀ

ଶ୍ରୀନଗର: ଘାଟିରେ ଜୀବନ। ଅହରହ ଗୁଳି ଗୋଳାର ଶଦ୍ଦରେ ଜୀବନ ପ୍ରତି ଡର ଲାଗୁଛି। ହେଲେ ପ୍ରତ୍ୟେକ ମୁହୁର୍ତ୍ତ ଡରି ଡରି ରହୁନାହାଁନ୍ତି ସେଠାକାର ଲୋକେ। ଦୀର୍ଘ ଦିନର ଲଢେଇ, ପ୍ରବଳ ହଟ୍ଟଗୋଳ ଓ ଗୋଟିଏ ଧାରା ପାଇଁ ଧାରାବାହିକ ସଂଘର୍ଷରୁ ମିଳିଯାଇଛି ସ୍ବାଧୀନତା। କାରଣ ଦେଶ ସ୍ବାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ସ୍ବାଧୀନତାର ସ୍ଦାଦ ଚାଖିଛନ୍ତି କାଶ୍ମୀର ବାସୀ। ଏବେ ଜିଇଁବାର ଶୈଳୀ ବଦଳିଯାଇଛି। ବିଚ୍ଛିନତାବାଦୀର ସମସ୍ତ ଟ୍ୟାଗ୍ ହଟିଯାଇଛି, ତା ବଦଳରେ ସମସ୍ତେ ଜଣେ ଜଣେ ଅଖଣ୍ଡ ଭାରତର ସ୍ବାଭିମାନୀ ନାଗରିକର ପରିଚୟ ବହନ କରି ଚାଲିଛନ୍ତି।

ଅନେକ ବର୍ଷର ପ୍ରଚେଷ୍ଠା ପରେ 2019 ଅଗଷ୍ଟ 5ରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ଘୋଷଣା କଲେ। ଏହାସହ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଅଲଗା କରାଯାଇଛି । ବର୍ତ୍ତମାନଠାରୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାକ ପୃଥକ-ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । ମୋଦି ସରକାରଙ୍କ ଶାସନ କାଳରେ ଏହି କାର୍ଯ୍ୟକୁ ଏକ ଐତିହାସିକ ପଦକ୍ଷେପର ଆଖ୍ୟା ଦେଲେ କିଛି ଅତ୍ୟୁକ୍ତି ନାହିଁ। ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଚିହ୍ନିତ ହେବାର ଏକ ବର୍ଷ ପରେ ଜାମ୍ମୁ ବାସିନ୍ଦାମାନେ ଆଶା କରୁଛନ୍ତି ଯେ ସେମାନେ ଯେଉଁ ଭେଦଭାବର ସମ୍ମୁଖୀନ ହୋଇଥିଲେ ତାହା ଏକ କଳା ଅତୀତ। ବର୍ତ୍ତମାନ ପ୍ରଦେଶର ସର୍ବଦଳୀୟ ବିକାଶ ଉପରେ ଦୃଷ୍ଟି ଆକର୍ଷଣ କରାଯିବାର ସମୟ ଉପନୀତ ହୋଇଯାଇଛି।

ଭେଦଭାବ ମୁକ୍ତ କାଶ୍ମୀର, ଧାରା ଉଚ୍ଛେଦର ବର୍ଷେପରେ ବିକାଶ ପାଇଁ ଆଶାବାଦୀ ଜାମ୍ମୁ ବାସିନ୍ଦା

5 ଅଗଷ୍ଟ 2019 ରେ ଧାରା 370 ଏବଂ 35A ରଦ୍ଦ ହେବା ପୂର୍ବରୁ, ପୂର୍ବରୁ ଜାମ୍ମୁ ଡିଭିଜନରୁ ଭେଦଭାବ ଅଭିଯୋଗ କରୁଥିବା ସ୍ୱର ଶୁଣିବାକୁ ମିଳିଥିଲା। ତଥାପି, ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯାଇନଥିଲା । କିନ୍ତୁ, ଇଟିଭି ଭାରତଙ୍କୁ ବାସିନ୍ଦାମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି, ଏବଂ ଉନ୍ନତି ପାଇଁ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପଦକ୍ଷେପ ନିଆଯାଉଛି, ହେଲେ ଜାମ୍ମୁ ବାସିନ୍ଦା ଅପେକ୍ଷା କହିଛନ୍ତି । ପ୍ରଦେଶ ବର୍ତ୍ତମାନ ତାର ବାକି ପାଉଣା ପାଇବାର ସମୟ ଆସିଯାଇଛି ଓ ଉନ୍ନତୀର ଶିଖର ଛୁଇଁବାକୁ ସେମାନେ ମଧ୍ୟ ଆଶାବାଦୀ ଅଛନ୍ତି ।

କେତେକ କେନ୍ଦ୍ର ସରକାରୀ ଚାକିରୀକୁ ଅପେକ୍ଷା କରିଥିବା ବେଳେ ଅନ୍ୟମାନେ କହିଛନ୍ତି ଯେ ସମ୍ପତ୍ତି ଅଧିକାରକୁ ସୁପରିଚାଳନା କରିବାର ଏବେ ସେହି ଘଡି ଉପସ୍ଥିତ ହୋଇଯାଇଛି। ଚାକିରି କ୍ଷେତ୍ର ଏବଂ ଅନ୍ତର୍ଭୂକ୍ତ ସମ୍ପତ୍ତି ଅଧିକାରରେ ଅନେକ ସୁଯୋଗ ଖୋଲିବା ସହିତ ପରିବର୍ତ୍ତନ ସମୟ ମଧ୍ୟ ପ୍ରଦେଶର ମହିଳାମାନଙ୍କ ପାଇଁ ଉତ୍ସାହଜନକ ମନେହୁଏ।

ଜଣେ ବାସିନ୍ଦା କହିଛନ୍ତି ଯେ ବର୍ତ୍ତମାନ ଜାମ୍ମୁ କାଶ୍ମୀର ବାହାରେ ବିବାହ ସତ୍ତ୍ବେ ଆମର ଝିଅମାନେ ସେମାନଙ୍କର ସମ୍ପତ୍ତି ଅଧିକାର ପାଇବେ। ତେବେ ସୂଚନାଯୋଗ୍ୟ ଯେ ଚାକିରି, ରୋଜଗାର କିମ୍ବା ମହିଳା ପ୍ରସଙ୍ଗରେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବଡ଼ ଘୋଷଣା କରିନାହିଁ।

ABOUT THE AUTHOR

...view details