ନୂଆଦିଲ୍ଲୀ: ଭାରତର ରେଳ ଷ୍ଟେସନ ଗୁଡିକର ବିକାଶ ପାଇଁ ସୋମବାର ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ ସହ ଫ୍ରାନ୍ସିସି ରାଷ୍ଟ୍ରୀୟ ରେଲଓ୍ବେ ଓ ଫ୍ରାନ୍ସିସି ବିକାଶ ଏଜେନ୍ସିଙ୍କ ତ୍ରିପାକ୍ଷିକ ଚୁକ୍ତି ହୋଇଛି । ଏହି ଚୁକ୍ତି ଜରିଆରେ ଫ୍ରାନ୍ସ ଭାରତର ରେଳ ଷ୍ଟେସନଗୁଡିକର ବିକାଶ ପାଇଁ 7 ଲକ୍ଷ ୟୁରୋ ଅନୁଦାନ ଦେବା ବୋଲି ଜଣା ପଡିଛି ।
ରେଳ ଷ୍ଟେସନର ବିକାଶ ପାଇଁ ଫ୍ରାନ୍ସ ଦେବ 7 ଲକ୍ଷ ୟୁରୋ - ରେଳ ଷ୍ଟେସନର
ଭାରତର ରେଳ ଷ୍ଟେସନ ଗୁଡିକର ବିକାଶ ପାଇଁ ଫ୍ରାନ୍ସ 7 ଲକ୍ଷ ୟୁରୋ ଅନୁଦାନ ଦେବା ବୋଲି ଜଣା ପଡିଛି । ଏହାକୁ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିବା ଭାରତୀୟ ରେଳ ବିଭାଗ ସୂଚନା ଦେଇଛି ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗାଡି, ବିଦେଶ ମାମଲାରେ ଫ୍ରାନ୍ସର ରାଜ୍ୟମନ୍ତ୍ରୀ ଜୀନ ବାପ୍ଟିସ୍ଟ, ଭାରତରେ ଫ୍ରାନ୍ସର ରାଜଦୂତ ଏଲେକ୍ଜେଣ୍ଡର ଜୀଗ୍ଲର ଓ ଫ୍ରାନ୍ସର ଦୁତାବାସ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି ।
ଏହି ଚୁକ୍ତି ଅନୁଯାୟୀ ଫ୍ରାନ୍ସିସି ବିକାଶ ଏଜେନ୍ସି ଭାରତର ରେଳ ଷ୍ଟେସନ ଗୁଡିକର ବିକାଶ ପାଇଁ ସହଯୋଗ କରିବା ସହ ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମରେ ପ୍ରଯୁକ୍ତିବିଦ୍ୟାର ଭାଗିଦାର ଭାବେ 7,00,000 ୟୁରୋ ପର୍ଯ୍ୟନ୍ତ ଅନୁଦାନ ଦେବା ନେଇ ଭାରତୀୟ ରେଳ ବିଭାଗ ସୂଚନା ଦେଇଛି । ଏଥିପାଇଁ ଭାରତୀୟ ରେଳ ବିଭାଗ ଉପରେ ଆର୍ଥିକ ଦାୟିତ୍ବ ପଡିବ ନାହିଁ ।