ଓଡିଶା

odisha

ETV Bharat / bharat

ଜେଲରୁ ୪ କଏଦୀ ଚମ୍ପଟ, ସର୍ଚ୍ଚ ଅପରେସନ ଜୋରଦାର୍‌

ମଧ୍ୟପ୍ରଦେଶର ନିମୁଜ ଜିଲ୍ଲାସ୍ଥିତ ଏକ ଜେଲରୁ 4ଜଣ କଏଦୀ ଫେରାର ହୋଇଯାଇଛନ୍ତି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି ।

By

Published : Jun 23, 2019, 12:30 PM IST

ଡିଜାଇନ ଫଟୋ

ଭୋପାଳ: ମଧ୍ୟପ୍ରଦେଶର ନିମୁଜ ଜିଲ୍ଲାସ୍ଥିତ ଏକ ଜେଲରୁ 4ଜଣ କଏଦୀ ଫେରାର ହୋଇଯାଇଛନ୍ତି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ରବିବାର ଭୋଟ 3ଟାରୁ-4ଟା ଭିତରେ କଏଦୀମାନେ ଚମ୍ପଟ ମାରିଥିବା ସୂଚନା ରହିଛି ।

ଇଟିଭି ଭାରତ, ବ୍ୟୁରୋ


କଏଦୀମାନେ ହେଲେ ନରସିଂହ, ଦୁବେ ଲାଲ, ପଙ୍କଜ ଓ ଲେଖ ରାମ । କଏଦୀମାନେ କରତ ଓ ଦଉଡି ସାହାଯ୍ୟରେ ଜେଲ ପାଚେରୀ ଡେଇଁ ଫେରାର ହୋଇଥିବା ସୂଚନା ଦେଇଛନ୍ତି ଜେଲର୍‌ ଆରସି ବାସୁନିଆ । ଏହି 4ଜଣଙ୍କ ମଧ୍ୟରୁ ଦୁଇ ଜଣ ହତ୍ୟା ଅପରାଧରେ ଓ ଅନ୍ୟଦୁଇ ଜଣ ନିଷିଦ୍ଧ ନିଶା ଚୋରାଚାଲାଣ କରି ଜେଲରେ ସଜା କାଟୁଥିବା ସୂଚନା ରହିଛି ।


ଜେଲରୁ କଏଦୀମାନେ ଅଚାନକ ଫେରାର ହୋଇଯିବାର କିଛି ସମୟ ପରେ ପୋଲିସକୁ ସୂଚନା ମିଳିଥିଲା । କଏଦୀମାନେ ଜେଲରୁ ଫେରାର ହେବା ପୂର୍ବ ଯୋଜନା ବୋଲି ଜଣାପଡିଛି । ଏହାସହ କଏଦୀଙ୍କୁ ଏହି କାର୍ଯ୍ୟରେ ବାହାରୁ କାହାର ସାହାଯ୍ୟ ତଥା ଏହି ଘଟଣାର କାରଣ ତଦନ୍ତ ପରେ ଜଣାପଡିବ ହୋଲି ଜେଲ୍‌ର ସୂଚନା କହିଛନ୍ତି ।

For All Latest Updates

ABOUT THE AUTHOR

...view details