ଓଡିଶା

odisha

By

Published : Feb 16, 2020, 1:20 AM IST

ETV Bharat / bharat

ସଡକ ଦୁର୍ଘଟଣା: ଖାଇକୁ ଖସିଲା ବୋଲେରୋ, 4ମୃତ

ଉତ୍ତରକାଶୀ ସ୍ଥିତ ବଡକୋଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 4ମୃତ । ଅଧିକ ପଢନ୍ତୁ...

car accident
ସଡକ ଦୁର୍ଘଟଣା: ଖାଇକୁ ଖସିଲା ବୋଲେରୋ, 4ମୃତ

ଡେରାଡୁନ: ବଡକୋଟ ଦୋବାଟ ନିକଟରେ ସଡକ ଦୁର୍ଘଟଣା । ବୋଲେରୋ ନିୟନ୍ତ୍ରଣ ହରାଇ ଖସିଲା 300ମିଟର ତଳକୁ । ଏହି ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ 4ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିରେ 2ବର୍ଷୀୟ ଏକ ଶିଶୁ ବି ସାମିଲ ଥିଲେ। ଏଥିସହ ଆହୁରି 4ଜଣ ଗୁରୁତର ଅଛନ୍ତି ।

ସୂଚନାନୁସାରେ ଯାତ୍ରୀମାନେ କୁଣ୍ଡ ଯାତ୍ରାରୁ ଫେରୁଥିଲେ । ସେତେବେଳେ ଦୋବାଟା ନିଟକରେ କାରଟି ନିୟନ୍ତ୍ରଣ ହରାଇ 300ମିଟର ତଳକୁ ଏକ ଖାଇକୁ ଖସି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ଏସଡିଆରଏଫ୍‌ ଟିମ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ABOUT THE AUTHOR

...view details