ଓଡିଶା

odisha

ETV Bharat / bharat

ଛତିଶଗଡରେ ହାତୀ ମୃତ୍ୟୁକୁ ନେଇ ଚାରିଜଣ ବନ ଅଧିକାରୀ ନିଲମ୍ବିତ

ଛତିଶଗଡରେ ହାତୀ ମୃତ୍ୟୁକୁ ନେଇ ଚାରିଜଣ ବନ ଅଧିକାରୀଙ୍କୁ ନିଲମ୍ବିତ କଲେ ଛତିଶଗଡ଼ ବନ ବିଭାଗ । ଏନେଇ ଜିଲ୍ଲା ବନ ଅଧିକାରୀ (ଡିଏଫଓ) ବଳରାମପୁରକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡରେ ହାତୀ ମୃତ୍ୟୁକୁ ନେଇ ଚାରିଜଣ ବନ ଅଧିକାରୀ ନିଲମ୍ବିତ
ଛତିଶଗଡରେ ହାତୀ ମୃତ୍ୟୁକୁ ନେଇ ଚାରିଜଣ ବନ ଅଧିକାରୀ ନିଲମ୍ବିତ

By

Published : Jun 14, 2020, 5:49 PM IST

ରାୟପୁର: ହାତୀ ମୃତ୍ୟୁକୁ ନେଇ 4 ଜଣ ବନ ଅଧିକାରୀଙ୍କୁ ନିଲମ୍ବିତ କଲେ ଛତିଶଗଡ଼ ବନ ବିଭାଗ । ସୂଚନା ଅନୁଯାୟୀ, ମଙ୍ଗଳବାର ଠାରୁ ଗୁରୁବାର ମଧ୍ୟରେ ବଳରାମପୁର ଏବଂ ସୁରଜପୁର ଜିଲ୍ଲାର ଜଙ୍ଗଲରେ ତିନି ମାଇ ବଣୁଆ ହାତୀର ମୃତଦେହ ମିଳିଥିଲା । ସମସ୍ତ ହାତୀପଲ ସୁରଗୁଜା ଜଙ୍ଗଲରେ ବୁଲୁଥିଲେ। ଏନେଇ ଜିଲ୍ଲା ବନ ଅଧିକାରୀ (ଡିଏଫଓ) ବଳରାମପୁରକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି ।

ଛତିଶଗଡରେ ହାତୀ ମୃତ୍ୟୁକୁ ନେଇ ଚାରିଜଣ ବନ ଅଧିକାରୀ ନିଲମ୍ବିତ

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ରାଜ୍ୟର ବନ ବିଭାଗ ମନ୍ତ୍ରୀ ମହମ୍ମଦ ଆକବର ଏହି ମାମଲାରେ ଏକ ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁସନ୍ଧାନକୁ ଜଙ୍ଗଲର ପୂର୍ବତନ ମୁଖ୍ୟ ସଂରକ୍ଷଣକାରୀ (ପିସିସିଏଫ୍) ପରିଚାଳନା କରିବେ। ତେବେ ଗଣେଶପୁର ଜଙ୍ଗଲରେ ହାତୀର ପ୍ରଥମ ମୃତ୍ୟୁ ମଙ୍ଗଳବାର ଦିନ ହୋଇଥିଲା ବୋଲି ବନ ଅଧିକାରୀ ଦାବି କରିଛନ୍ତି । ହୃଦ୍‌ଘାତ କାରଣରୁ ଏହି ପଶୁଟିର ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି। ଦ୍ୱିତୀୟ ମୃତ୍ୟୁ ବିଷାକ୍ତ କାରଣରୁ ଘଟିଛି ଏବଂ ତୃତୀୟ ଜଣଙ୍କର ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି ବୋଲି ଜଙ୍ଗଲ ଅଧିକାରୀମାନେ ଦାବି କରିଛନ୍ତି। ଏନେଇ ସବ-ଡିଭିଜନାଲ ଜଙ୍ଗଲ ଅଧିକାରୀ (ଏସଡିଏଫଓ) ଙ୍କ ସମେତ 4ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଛତିଶଗଡ ଜଙ୍ଗଲ ବିଭାଗ ।

ABOUT THE AUTHOR

...view details