ଓଡିଶା

odisha

ETV Bharat / bharat

କଂଗ୍ରେସକୁ ଫେରିପାରନ୍ତି ସକିଲ ଅହମ୍ମଦ

ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି କଂଗ୍ରେସରୁ 6 ବର୍ଷ ତଳେ ନିଲମ୍ବିତ ହୋଇଥିବା ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦ । ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିଥିଲେ ସେ ।

By

Published : Sep 5, 2019, 5:35 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦ ଗୁରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ସୋନିଆଙ୍କ ସହ ସାକ୍ଷାତ ପରେ ସେ ପୁଣିଥରେ କଂଗ୍ରେସକୁ ଫେରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । 2019 ନିର୍ବାଚନରେ ୟୁପିଏ ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପରେ ଅହମଦଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା।

ବିହାରର ମଧୂବନୀ ଲୋକସଭା ଆସନରୁ ସ୍ବାଧିନ ଭାବେ ନିର୍ବାଚନ ଲଢିବା ପରେ କଂଗ୍ରେସରୁ 6 ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ ସକିଲ ଅହମ୍ମଦ। ୟୁପିଏ ମେଣ୍ଟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ମଧୁବନୀ ଲୋକସଭା ଆସନ ବିକାଶଶୀଳ ଇସାନ ପାର୍ଟି ଭାଗରେ ପଡିଥିଲା।


ସକିଲ ମଧୂବନୀ ଲୋକସଭା ଆସନରୁ 1998 ଓ 2004 ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ 1985, 1990 ଓ 2000ରେ ବିଧାୟକ ଥିବା ବେଳେ ରାବ୍ରୀ ଦେବୀଙ୍କ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି।

ABOUT THE AUTHOR

...view details