ଓଡିଶା

odisha

ETV Bharat / bharat

୨୯ ବର୍ଷ ପୁରୁଣା ମାମଲା, ପଞ୍ଜାବ ପୂର୍ବତନ ଡିଜିପିଙ୍କ ଜାମିନ ଆବେଦନ ଖାରଜ - ପଞ୍ଜାବ

୨୯ ବର୍ଷ ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ମଙ୍ଗଳବାର ପଞ୍ଜାବ- ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଅଧିକ ପଢନ୍ତୁ..

former-punjab-dgp-bail-rejected
former-punjab-dgp-bail-rejected

By

Published : Sep 8, 2020, 7:35 PM IST

ଚଣ୍ଡିଗଡ଼: ୨୯ ବର୍ଷ ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ମଙ୍ଗଳବାର ପଞ୍ଜାବ- ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସେପଟେ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ଭାର ସିବିଆଇକୁ ସ୍ଥାନାନ୍ତର କରିବାକୁ ସେ କରିଥିବା ଅନୁରୋଧକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାନୁସାରେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁମେଦ ସିଂ ସାଇନି ଚଣ୍ଡିଗଡ଼ ବାସଭବନ ଛାଡିବା ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲେ। ଗତ ୧୯୯୧ରେ ଜଣେ ଜୁନିୟର ଇଞ୍ଜିନିୟରଙ୍କ ଅପହରଣ ଓ ନିଖୋଜ ଘଟଣାରେ ପୂର୍ବତନ ପୋଲିସ୍‌ ମହାନିର୍ଦ୍ଦେଶକ ସୁମେଦ ସିଂ ସାଇନି ଅଭିଯୁକ୍ତ ଥିଲେ।

ଗତ ୧୯୯୧ରେ, ଚଣ୍ଡିଗଡ଼ର ତତ୍କାଳୀନ ବରିଷ୍ଠ ପୁଲିସ୍‌ ଅଧୀକ୍ଷକ ଥିବାବେଳେ ସାଇନିଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଚଣ୍ଡିଗଡ଼ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ର ଜୁନିୟର ଇଞ୍ଜିନିୟର ବଲୱନ୍ତ ସିଂ ମୁଲତାନୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ପୋଲିସ ଦାବି କରିଥିଲା ଯେ ମୁଲତାନୀ ହେପାଜତରୁ ଖସି ପଳାଇଛନ୍ତି। ସେବେଠାରୁ ହିଁ ସେ ନିଖୋଜ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details