ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ଏନେଇ ଆଜି ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ଏକ ବୁଲେଟିନ ଜାରି କହିଛି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ଅଗଷ୍ଟ 10 ରେ, 84 ବର୍ଷିୟୀଙ୍କୁ ପ୍ରଣବ ମୁଖାର୍ଜୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମୁଖାର୍ଜୀଙ୍କ ମସ୍ତିଷ୍କରେ ଏକ ବଡ଼ ଜମାଟ ଚିହ୍ନଟ ହୋଇଥିଲା । ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସର୍ଜରୀ ପର ଠାରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଣ୍ଟିଲେଟେରରେ ରଖାଯାଇଛି ।