ନୂଆଦିଲ୍ଲୀ: ଗୁରୁତର ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଅଗଷ୍ଟ 10ରେ ସେ ମସ୍ତିଷ୍କ ସର୍ଜରୀ ପାଇଁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋମବାର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର - Pranab Mukherjee in critical condition
ଗୁରୁତର ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଅଗଷ୍ଟ 10ରେ ସେ ମସ୍ତିଷ୍କ ସର୍ଜରୀ ପାଇଁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଗୁରୁତର ପ୍ରଣବ ମୁଖାର୍ଜୀ
ସୂଚନାନୁସାରେ, ରକ୍ତ ଜମାଟ ବାନ୍ଧିଥିବା କାରଣରୁ ଏହି ଅସ୍ତ୍ରୋପଚାର କରାଯାଇଥିଲା । ପ୍ରକାଶଥାଉକି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜେ ସୋମବାର ସୂଚନା ଦେଇ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସୋମବାର ଅପରାହ୍ନରେ ପ୍ରଣବ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଟ୍ବିଟ୍ କରି କହିଛନ୍ତି ଯେ ସେ ଭିନ୍ନ କାରଣ ପାଇଁ ଡାକ୍ତରଖାନା ଯାଇଥିଲେ, ମାତ୍ର ତାଙ୍କର କୋରୋନା ପରୀକ୍ଷା ପଜିଟିଭ୍ ଆସିଛି ।