ଓଡିଶା

odisha

ETV Bharat / bharat

ମନମୋହନଙ୍କୁ ଜଗିବେନି SPG କମାଣ୍ଡୋ

ଏଣିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜଗିବେ CRPF ଯବାନ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କେବଳ ଜେଡ ପ୍ଲସ ସିକ୍ୟୁରିଟି ମିଳିବ ।

ମନମୋହନ ସିଂହ(ଫାଇଲ ଫଟୋ)

By

Published : Aug 26, 2019, 11:35 AM IST

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆଗରୁ ମନମୋହନଙ୍କୁ ଜଗୁଥିବା SPG କମାଣ୍ଡୋ ପ୍ରତ୍ୟାହାର ହୋଇଛନ୍ତି । ଏବେ ତାଙ୍କୁ କେବଳ ଜେଡ ପ୍ଲସ ସିକ୍ୟୁରିଟି ମିଳିବ ବୋଲି ସୂଚନା ରହିଛି ।

ତେବେ ଏହି ନିଷ୍ପତ୍ତି ନେବା ପୂର୍ବରୁ 3 ମାସ ଧରି କ୍ୟାବିନେଟ ସେକ୍ରେଟେରୀଏଟ ଏବଂ ଗୃହ ମନ୍ତ୍ରଣାଳୟ ଭିତରେ ଆଲୋଚନା ଚାଲିଥିଲା । ଏହାସହ ଗୁଇନ୍ଦା ବିଭାଗ ଓ ର’ ସହ ମଧ୍ୟ ଆଲୋଚନା କରାଯାଇ ଏହା ସ୍ଥିର ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି । ପୂର୍ବରୁ ପରିବାର ସମେତ ମନମୋହନଙ୍କୁ SPG କମାଣ୍ଡୋ ସୁରକ୍ଷା ଦେଉଥିବାବେଳେ ଏବେ CRPF ଯବାନ ଏହି ଦାୟିତ୍ବ ତୁଲାଇବେ ।

ଅମିତ ଶାହା ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ବର୍ତ୍ତମାନର ସିକ୍ୟୁରିଟୀ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ବିଶେଷ କରି SPG କମାଣ୍ଡୋଙ୍କ ଦାୟିତ୍ବକୁ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ବିଭିନ୍ନ ପ୍ରକାର ସମ୍ଭାବ୍ୟ ଆକ୍ରମଣ ତଥା ଅଘଟଣ ଉପରେ ଗୁଇନ୍ଦା ବିଭାଗଙ୍କ ସହ ବ୍ୟାପକ ଆଲୋଚନା ଚାଲିଥିଲା । ପରିଶେଷରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ଏହି ପଦକ୍ଷେପ ଦ୍ବାରା ଏବେ ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କେବଳ ଏହି କମାଣ୍ଡୋଙ୍କ ସେବା ମିଳିବ । ଭାରତର ସୁରକ୍ଷା ବଳଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଥିବା ଏହି କମାଣ୍ଡୋଙ୍କ ଟିମରେ ପ୍ରାୟ 3000 ଅଫିସର ଥାଆନ୍ତି । ଏମାନେ ବିଭିନ୍ନ ପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର ଚଲାଇବା ସହ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ଲାଗି ଟ୍ରେନିଂ ନେଇଥାନ୍ତି ।

ABOUT THE AUTHOR

...view details