ଓଡିଶା

odisha

ETV Bharat / bharat

ମମତାଙ୍କ ରାସ୍ତାରେ କମଲନାଥ

ପଶ୍ଚିମବଙ୍ଗ ଭଳି ଭୋପାଳରେ ପୁଣି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁହାଁମୁହିଁ ହେବା ଘଟଣା ନେଇ କମଲନାଥ ସରକାରଙ୍କୁ ଆକ୍ଷେପ କରିଛନ୍ତି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ।

By

Published : Apr 8, 2019, 5:13 PM IST

ଫାଇଲ ଫଟୋ

ଭୋପାଳ: ମଧ୍ୟପ୍ରଦେଶରେ ପଶ୍ଚିମବଙ୍ଗ ଏପିସୋଡର ରିପିଟ ଘଟଣାକୁ ନେଇ କମଲନାଥଙ୍କୁ ସିଧା ବାଣ ମାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପଶ୍ଚିମବଙ୍ଗ ଭଳି ଭୋପାଳରେ ପୁଣି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁହାଁମୁହିଁ ହେବା ଘଟଣା ନେଇ କମଲନାଥ ସରକାରଙ୍କ ଉପରେ ଆକ୍ଷେପ କରିଛନ୍ତି ଶିବରାଜ ଚୌହାନ ।

ବିଜେପିର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କଂଗ୍ରେସ ସରକାର କ୍ଷମତାକୁ ଆସିଛି ମାତ୍ର ଏହା କେଉଁ ପ୍ରକାର ପରିବର୍ତ୍ତନ । ମଧ୍ୟପ୍ରଦେଶର କଂଗ୍ରେସ ସରକାର ଉପରେ ବଳିଷ୍ଠ ପ୍ରମାଣ ସହ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେଉଛି । ନଗଦ ଟଙ୍କା ଜବତ ହେଉଛି, ଦସ୍ତାବିଜ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟ ଲାଗୁଛି, ଏହି କାର୍ଯ୍ୟାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ କମଲନାଥ ସହଯୋଗ କରିବା ପରିବର୍ତ୍ତେ ଆୟକର ବିଭାଗକୁ ରୋକିବାକୁ ଚେଷ୍ଟା କରୁଛନ୍ତି ।

ସେ ପୁଣି କହିଛନ୍ତି, ଆୟକର ବିଭାଗ ନିଜ କାମ କରୁଥିବା ବେଳେ ରାଜ୍ୟ ପୋଲିସକୁ ପଠାଯାଇଥିଲା ସେମାନଙ୍କୁ ଅଟକାଇବା ପାଇଁ । ସାମ୍ବିଧାନିକ ଅଧିକାର ଅନୁଯାୟୀ ଏହି କାମ ପାଇଁ ସିଆରପିଏଫର ଅଧିକାର ରହିଛି । କିନ୍ତୁ ତାଙ୍କୁ ଅଟକାଉଛନ୍ତି ରାଜ୍ୟ ସରକାରଙ୍କ ପୋଲିସ । ମମତା ବାନାର୍ଜୀଙ୍କ ମାର୍ଗରେ ଚାଲୁଛନ୍ତି କମଳନାଥ । ଏହି କ୍ଷେତ୍ରରେ ସିଆରପିଏଫ ଏବଂ ରାଜ୍ୟ ପୋଲିସ ପୁଣି ମୁହାଁମୁହିଁ ହୋଇଛନ୍ତି । ଏହା କଣ ଭ୍ରଷ୍ଟାଚାରକୁ ବଞ୍ଚାଇବାକୁ ପ୍ରୟାସ ନୁହେଁ କି ବୋଲି ଶିବରାଜ ପ୍ରଶ୍ନ କରିଛନ୍ତି ।

For All Latest Updates

ABOUT THE AUTHOR

...view details