ଓଡିଶା

odisha

ETV Bharat / bharat

ଗଭୀର ସଙ୍କଟରେ ଦେଶର ଅର୍ଥ ବ୍ୟବସ୍ଥା: ଯଶୱନ୍ତ ସିହ୍ନା - ଆର୍ଥିକ ମାନ୍ଦାବସ୍ଥାକୁ ନେଇ  ଯଶବନ୍ତ ସିହ୍ନାଙ୍କ ପ୍ରତିକ୍ରିୟା

ଦେଶର ଅର୍ଥ ବ୍ୟବସ୍ଥା ଗଭୀର ସଙ୍କଟ ଦେଇ ଗତି କରୁଛି । କିନ୍ତୁ କେନ୍ଦ୍ର ସରକାର ନିଜ ଦୋଷ ମାନିବା ବଦଳରେ ଭବିଷ୍ୟତରେ ସୁଧାର ଆସିବାର ସ୍ବପ୍ନ ଦେଖାଇ ଲୋକଙ୍କୁ ବୋକା ବନାଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା କହିଛନ୍ତି ।

yasvant-sinha
ଫାଇଲ ଫଟୋ

By

Published : Dec 2, 2019, 11:07 AM IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା । ଦେଶର ଅର୍ଥ ବ୍ୟବସ୍ଥା ଗଭୀର ସଙ୍କଟ ଦେଇ ଗତି କରୁଛି । କିନ୍ତୁ କେନ୍ଦ୍ର ସରକାର ନିଜ ଦୋଷ ମାନିବା ବଦଳରେ ଭବିଷ୍ୟତରେ ସୁଧାର ଆସିବାର ସ୍ବପ୍ନ ଦେଖାଇ ଲୋକଙ୍କୁ ବୋକା ବନାଉଥିବା ଅଭିଯୋଗ କରିଛନ୍ତି ସିହ୍ନା।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କ୍ଷମତାରେ ଥିବା ଲୋକ କ'ଣ କହୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ସତ ହେଉଛି ଆମ ଦେଶ ଧିରେ ଧିରେ ଆର୍ଥିକ ସଙ୍କଟରେ ଫସି ଫସି ଯାଉଛି । ଆଗାମୀ ତ୍ରୈମାସରେ ନଚେତ ତା ଆଗାମୀ ତ୍ରୈମାସରେ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ ବୋଲି କେନ୍ଦ୍ର ସରକାର ବଡ ବଡ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ବାସ୍ତବରେ ଏଭଳି କିଛି ହେବ ନାହିଁ । ଏଭଳି ମିଥ୍ୟା ପ୍ରତିଶୃତି ଦେଇ ସେ ଲୋକଙ୍କୁ ବୋକା ବନାଉଛନ୍ତି ବୋଲି ସିହ୍ନା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସ(ଜୁଲାଇ-ସେପ୍ଟେମ୍ବର)ରେ ଜିଡିପି ଅଭିବୃଦ୍ଧି ହାର 0.5 ପ୍ରତିଶତ ହ୍ରାସ ଘଟି 4.5 ପ୍ରତିଶତକୁ ପହଞ୍ଚିଛି। ଯାହାକି ସାଢେ 6 ବର୍ଷରେ ସର୍ବନିମ୍ନ।

ABOUT THE AUTHOR

...view details