ଓଡିଶା

odisha

ETV Bharat / bharat

କିର୍ଗିଜ ଗଣରାଜ୍ୟ ଗସ୍ତରେ ସୁଷମା ସ୍ବରାଜ, ଏସସିଓ ବୈଠକରେ ଦେବେ ଯୋଗ

ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇ ଦିନିଆ କିର୍ଗିଜ ଗଣରାଜ୍ୟ ଗସ୍ତରେ ରହିଛନ୍ତି । କିର୍ଗିଜ ଗଣରାଜ୍ୟ ରାଜଧାନୀ ବିଶେକ ଠାରେ ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଥିବା ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ୨ ଦିନିଆ ବୈଠକରେ ଅଂଶଗ୍ରହଣ କରିବେ । ଏହାକୁ ମିଶାଇ ଦ୍ବିତୀୟ ଥର ପାଇଁ ଭାରତ ବିଦେଶ ମନ୍ତ୍ରୀଙ୍କ ପରିଷଦ (ସିଏଫଏମ) ବୈଠକରେ ଏସସିଓର ପୂର୍ଣ୍ଣ ସଦସ୍ୟ ଭାବରେ  ସାମିଲ ହେବାର ସୁଯୋଗ ପାଇଛି ।

By

Published : May 21, 2019, 9:35 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇ ଦିନିଆ କିର୍ଗିଜ ଗଣରାଜ୍ୟ ଗସ୍ତରେ ରହିଛନ୍ତି । କିର୍ଗିଜ ଗଣରାଜ୍ୟ ରାଜଧାନୀ ବିଶେକ ଠାରେ ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଥିବା ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ୨ ଦିନିଆ ବୈଠକରେ ଅଂଶଗ୍ରହଣ କରିବେ ।

ଏସସିଓ ବୈଠକରେ ଆତଙ୍କବାଦ ସମେତ ସମ୍ପ୍ରତି ସମୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସୂଚନା ରହିଛି । ଏହାକୁ ମିଶାଇ ଦ୍ବିତୀୟ ଥର ପାଇଁ ଭାରତ ବିଦେଶ ମନ୍ତ୍ରୀଙ୍କ ପରିଷଦ (ସିଏଫଏମ) ବୈଠକରେ ଏସସିଓର ପୂର୍ଣ୍ଣ ସଦସ୍ୟ ଭାବରେ ସାମିଲ ହେବାର ସୁଯୋଗ ପାଇଛି ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ ସିଏଫଏମ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା ହେବ । ଏହାସହ ଏହି ବୈଠକରେ ଆଗାମୀ ଜୁନ ୧୩-୧୪ରେ ବିଶେକରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସସିଓ ଶିଖର ସମ୍ମିଳନୀ ପ୍ରସ୍ତୁତି ପାଇଁ ସମୀକ୍ଷା କରାଯିବ । ଏହି ବୈଠକରେ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରତିନିଧିତ୍ବ କରିବେ ବୋଲି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ଏହି ଗସ୍ତରେ ସୁଷମା ସ୍ବରାଜ ଏସସିଓର ବିଦେଶ ମନ୍ତ୍ରୀଙ୍କ ସହିତ କାର୍ଗିଜ ରାଷ୍ଟ୍ରପତି ସୁରନବାୟ ଜୀନବେକୋଭଙ୍କୁ ଭେଟିବା ସ୍ତିରୀକୃତ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଭାରତ ବର୍ଷ 2017ରୁ ଏସସିଓର ପୂର୍ଣ୍ଣ ସଦସ୍ୟ ଭାବରେ ସାମିଲ ହେବାର ସୁଯୋଗ ପାଇଛି । ଭାରତ ଏସସିଓ ତଥା ଏହାର କ୍ଷେତ୍ରୀୟ ଆତଙ୍କବାଦ ରୋଧୀ ଢାଞ୍ଚା(ଆରଟିଏସ୍‌) ସହ ସୁରକ୍ଷା ସମ୍ବନ୍ଧରେ ସମ୍ପର୍କ ଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଛି । ପ୍ରତିରକ୍ଷା ଓ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗକୁ ସମାଧାନ କରିବା ଆରଟିଏସ୍‌ର ପ୍ରଧାନ ଲକ୍ଷ୍ୟ ତଥା ଦାୟିତ୍ବ ଅଟେ ।

For All Latest Updates

ABOUT THE AUTHOR

...view details