ନୂଆଦିଲ୍ଲୀ: କୋରୋନା ଭାଇରସ କବଳରେ ଚୀନ । ଧିରେ ଧିରେ ଏହି ଆତ୍ମଘାତୀ ଭାଇରସ ସାରା ବିଶ୍ବକୁ ବ୍ୟାପିବାରେ ଲାଗିଛି। କୋରୋନା ଭାଇରସକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ଏପରି ସ୍ଥିତିରେ ଭଗବାନ ଭୋଳାନାଥଙ୍କ ଶରଣରେ ପଶିଛନ୍ତି ବିଦେଶୀ ନାଗରିକ ।
କୋରୋନା ଭୟରେ ଭୋଳାବାବାଙ୍କ ଶରଣ ପଶିଲେ ବିଦେଶୀ - ବିଦେଶୀଙ୍କ ଶିବ ଭକ୍ତି
ମହାଦେବଙ୍କ ଶରଣରେ ବିଦେଶୀ ନାଗରିକ । ମହାମାରୀ କୋରୋନାରୁ ମୁକ୍ତି ପାଇଁ ଶିବ ମନ୍ଦିରରେ କଲେ ରୁଦ୍ରାଭିଷେକ । ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା....
କୋରୋନା ଡର, ଶିବଙ୍କ ଶରଣରେ ପଶିଲେ ବିଦେଶୀ ନାଗରିକ
କୋରୋନାରୁ ମୁକ୍ତି ପାଇବା ପାଇଁ ଗାଜିଆବାଦ ସ୍ଥିତ ଭଗବାନ ଶିବଙ୍କୁ ରୁଦ୍ରାଭିଷେକ କରିଛନ୍ତି ସର୍ଭିଆରୁ ଆସିଥିବା କିଛି ବିଦେଶୀ ନାଗରିକ । ସାରା ଦୁନିଆ କୋରୋନା ଭାଇରସ ଭୟରେ ଆତଙ୍କିତ ।ଏଥିରୁ ବର୍ତ୍ତିବା ପାଇଁ ସଭିଏଁ ପ୍ରାର୍ଥନା କରୁଥିବା ବେଳେ ଭୋଳାବାବାଙ୍କୁ ପୁଜାର୍ଚ୍ଚନା କରି କୋରୋନା କବଳରୁ ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି ସେମାନେ । ସର୍ଭିଆର ଆସିଥିବା 10 ଜଣ ନାଗରିକ 11 ଜଣ ବ୍ରାହ୍ମଣଙ୍କ ଦ୍ବାରା ରୁଦ୍ରାଭିଷେକ କରିଥିଲେ । ବିଶ୍ବ ଏହି ମାରାତ୍ମକ ଭାଇରସକୁ ମୁକ୍ତି ପାଉ ବୋଲି କାମନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ