ଓଡିଶା

odisha

By

Published : Jun 10, 2020, 1:46 PM IST

ETV Bharat / bharat

ବାଂଲାଦେଶ ସୀମା ନିକଟରୁ ଉଦ୍ଧାର ହେଲେ 8ଟି ବିରଳ ପକ୍ଷୀ

ପୁଣି ପକ୍ଷୀ ଚୋରା ଚାଲାଣ କରିବାକୁ ଚେଷ୍ଟା । ଶେଷରେ ପକ୍ଷୀମାନଙ୍କୁ ସୀମା ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି।

Foreign bird pachar at Gaighata
ବାଲାଂଦେଶ ସୀମା ନିକଟରୁ ଉଦ୍ଧାର ହେଲେ 8ଟି ବିରଳ ପକ୍ଷୀ

କୋଲକାତା: ପୁଣି ପକ୍ଷୀ ଚୋରା ଚାଲାଣ କରିବାକୁ ଚେଷ୍ଟା । ଶେଷରେ ପକ୍ଷୀମାନଙ୍କୁ ସୀମା ସୁରକ୍ଷା ବାହିନୀ ଉଦ୍ଧାର କରିଛନ୍ତି। ଦକ୍ଷିଣ ଆମେରିକାର କଲମ୍ବିଆ ଓ ଭେନେଜୁଏଲା ଠାରୁ ବିରଳ ପ୍ରଜାତିର ପକ୍ଷୀ ଚୋରା ଚାଲାଣ ରୋକିବାରେ ସଫଳ ହୋଇଛନ୍ତି ସୀମା ସୁରକ୍ଷା ବାହିନୀ । ବିଏସଏଫ ଗାଇଘାଟା ପୋଲିସ ଷ୍ଟେସନ ସୀମା ନିକଟ ଏକ ଗାଁରୁ 8 ଟି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି ।

ବାଂଲାଦେଶ ସୀମା ନିକଟରୁ ଉଦ୍ଧାର ହେଲେ 8ଟି ବିରଳ ପକ୍ଷୀ

ମଙ୍ଗଳବାର ଉଦ୍ଧାର ହୋଇଥିବା ପକ୍ଷୀମାନଙ୍କୁ ସିଧାସଳଖ ଆଲିପୋର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏହି ପକ୍ଷୀମାନେ ଦକ୍ଷିଣ ଆମେରିକାର ଭେନେଜୁଏଲା ଓ କଲମ୍ବିଆର ପାର୍ବତ୍ୟ ଅଞ୍ଚଳରେ ଦେଖିବାକୁ ମିଳେ । ବନ ବିଭାଗ ଅନୁଯାୟୀ ଏହି ପକ୍ଷୀମାନେ ବର୍ତ୍ତମାନ ବିଲୁପ୍ତ ପ୍ରାୟ ।

ବିଏସଏଫ ପକ୍ଷୀ ଚାଲାଣରେ ନିୟୋଜିତ ଥିବା ଲୋକଙ୍କୁ ଖୋଜିବା ପାଇଁ ଅପରେସନ୍ ଆରମ୍ଭ କରିଥିଲା । ତେନ୍ତୁଲବେରିଆ ସୀମା ନିକଟରେ 2 ଜଣ ଲୋକ ମୁଣ୍ଡରେ ବକ୍ସ ଧରି ସୀମା ପାର କରୁଥିଲେ, ଏହାପରେ ବିଏସଏଫ ସେମାନଙ୍କୁ ଗୋଡାଇଥିଲା । ଏହାପରେ ଦୁହେଁ ଭୟରେ ବକ୍ସ ଛାଡି ନିକଟରେ ଥିବା ଗାଁ ଭିତରେ ପ୍ରବେଶ କରିଥିଲେ ।

ABOUT THE AUTHOR

...view details