ଓଡିଶା

odisha

ETV Bharat / bharat

ପ୍ରଥମ ଟ୍ୱିଟକୁ ଲକ୍ଷାଧିକ ଫଲୋୟର୍ସଙ୍କ ଅପେକ୍ଷା - priyanka

ପ୍ରଥମ ଟ୍ୱିଟରେ କ'ଣ ଲେଖିବେ ପ୍ରିୟଙ୍କା। ନରମ ନା ଆକ୍ରମଣାତ୍ମକ, କ'ଣ ରହିବ ପ୍ରିୟଙ୍କାଙ୍କ ଆଭିମୁଖ୍ୟ । କର୍ମୀଙ୍କୁ ଉତ୍ସାହିତ ନା ମୋଦି ସରକାରଙ୍କୁ କଡା ସମାଲୋଚନା। ପ୍ରିୟଙ୍କା କେବେ ତାଙ୍କ ପ୍ରଥମ ଟ୍ୱିଟ କରିବେ, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଉ ପ୍ରିୟଙ୍କାଙ୍କ ପ୍ରଥମ ଟ୍ୱିଟକୁ ଅପେକ୍ଷା କରିବସିଛନ୍ତି ଲକ୍ଷାଧିକ ଫଲୋୟର୍ସ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 13, 2019, 10:53 AM IST

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି ସହ ସୋସିଆଲ ମିଡିଆରେ ବି ଡେବ୍ୟୁ କରିଛନ୍ତି ପ୍ରିୟଙ୍କ ଭଦ୍ରା(ଗାନ୍ଧୀ)। ଇତିମଧ୍ୟରେ ଦୁଇଦିନ ବିତିଗଲାଣି। ଟ୍ୱିଟର ଆକାଉଣ୍ଟରେ 183k ଫଲୋୟର୍ସଙ୍କ ସଂଖ୍ୟା ଟପିଲାଣି। ହୁ ହୁ ହୋଇ ଏହି ସଂଖ୍ୟା ବଢିଚାଲିଛି । ହେଲେ ଏପର୍ଯ୍ୟନ୍ତ ଆସିନି ପ୍ରିୟଙ୍କାଙ୍କ ଗୋଟିଏ ମଧ୍ୟ ଟ୍ୱିଟ।

ପ୍ରଥମ ଟ୍ୱିଟରେ କ'ଣ ଲେଖିବେ ପ୍ରିୟଙ୍କା ଭଦ୍ରା। ନରମ ନା ଆକ୍ରମଣାତ୍ମକ, କ'ଣ ରହିବ ପ୍ରିୟଙ୍କାଙ୍କ ଆଭିମୁଖ୍ୟ। କର୍ମୀଙ୍କୁ ଉତ୍ସାହିତ ନା ମୋଦି ସରକାରଙ୍କୁ କଡା ସମାଲୋଚନା। ପ୍ରିୟଙ୍କା କେବେ ତାଙ୍କ ପ୍ରଥମ ଟ୍ୱିଟ କରିବେ, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଉ ପ୍ରିୟଙ୍କାଙ୍କ ପ୍ରଥମ ଟ୍ୱିଟକୁ ଅପେକ୍ଷା କରିବସିଛନ୍ତି ଲକ୍ଷାଧିକ ଫଲୋୟର୍ସ।

2019 ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ମିଳିଛି ନୂଆ ଦାୟୀତ୍ୱ । ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ସେ । ଭାଇ କାନ୍ଧରେ କାନ୍ଧ ଦେଇ ଛିଡା ହୋଇଛି ଭଉଣୀ । ଦଳର ମହାସଚିବ ଭାବରେ ଦାୟୀତ୍ୱ ନେଇଛନ୍ତି ପ୍ରିୟଙ୍କା। 2019 ଲୋକସଭା ନିର୍ବାଚନରେ ଯେନତେନ ପ୍ରକାରରେ ମୋଦି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଲାଗି ପଡିଛି କଂଗ୍ରେସ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମାବେଶ ପରେ ସୋସିଆଲ ମିଡିଆକୁ ଦଳ ଗୁରୁତ୍ୱ ଦେଉଛି। ଆଉ ଏହି କ୍ରମରେ ନୂଆ ଦାୟିତ୍ୱ ନେବା ପରେ ଟ୍ୱିଟର ଆକାଉଣ୍ଟ କରିଛନ୍ତି ପ୍ରିୟଙ୍କା।

ନିଜ ଟ୍ୱିଟରରେ ସେ 7ଟି ଆକାଉଣ୍ଟକୁ ଫଲୋ କରୁଛନ୍ତି ପ୍ରିୟଙ୍କା। ଏଥିମଧ୍ୟରେ ରହିଛନ୍ତି ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପ୍ରମୁଖ । ଦଳ ଏବଂ ଦଳର କିଛି ନେତାଙ୍କୁ ବାଦ ଦେଲେ ଆଉ କାହାକୁ ମଧ୍ୟ ସେ ଫଲୋ କରିନଥିବା ଦେଖିବାକୁ ମିଳିଛି। ଏବେ ଅପେକ୍ଷା ତାଙ୍କୁ ଫଲୋ କରୁଥିବା ଫଳୋୟର୍ସଙ୍କ ପାଇଁ ପ୍ରଥମ ମେସେଜ କେବେ ଓ କ'ଣ ଲେଖିବେ ପ୍ରିୟଙ୍କା ଗାନ୍ଧୀ।

ABOUT THE AUTHOR

...view details