ଓଡିଶା

odisha

ETV Bharat / bharat

ହାଡଭଙ୍ଗା ଶୀତରେ ଥରହର ଉତ୍ତରଭାରତ, ବିଳମ୍ବରେ ଚାଲୁଛି 15 ଟ୍ରେନ

ଦିଲ୍ଲୀ ଏନସିଆର ସମେତ ପୁରା ଉତ୍ତର ଭାରତରେ ରକ୍ତଜମାଟ ବାନ୍ଧି ଦେବା ଭଳି ଥଣ୍ଡା ଅନୁଭୂତ । ଆସନ୍ତା 2 ଦିନ ଭିତରେ 3 ରୁ 4 ଡିଗ୍ରୀ ପାରଦ ଖସିବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

By

Published : Jan 7, 2020, 2:53 PM IST

_fog affects train movement in delhi
ହାଡଭଙ୍ଗା ଶୀତରେ ଥରହର ଉତ୍ତର ଭାରତ

ନୂଆଦିଲ୍ଲୀ: ଥଣ୍ଡା ଆଉ କୁହୁଡିରେ ଲତପତ ସମଗ୍ର ଉତ୍ତର ଭାରତବାସୀ । କିଛି ଦିନ ଆଶିଂକ ଆରାମ ପରେ ପୁଣି ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ପାହାଡିଆ ଅଞ୍ଚଳରେ ପ୍ରବଳ ମାତ୍ରାରେ ବରଫପାତ ଯୋଗୁଁ ଆସନ୍ତା 2 ଦିନ ତାପମାତ୍ରାରେ ହ୍ରାସ ଦେଖାଯିବାର ଅନୁମାନ କରିଛି ପାଣିପାଗ ବିଭାଗ ।

ହାଡଭଙ୍ଗା ଶୀତରେ ଥରହର ଉତ୍ତର ଭାରତ

ପଶ୍ଚିମରେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଉତ୍ତରଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଏନେଇ ମଙ୍ଗଳବାର ଦିଲ୍ଲୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ସକାଳୁ ଦିଲ୍ଲୀର ତାପମାତ୍ରା 13 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାସହ 20 ରୁ 25 କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ତେବେ ଅତ୍ୟଧିକ ଥଣ୍ଡା ଓ କୁହୁଡି ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେ ନେଇ ମଙ୍ଗଳବାର 15ରୁ ଊର୍ଦ୍ଧ୍ବ ଟ୍ରେନ 1 ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିରେ ରାଜଧାନୀ ଓ ଦୁରନ୍ତ ଭଳି ଏକ୍ସପ୍ରେସ ମଧ୍ୟ ସାମିଲ ରହିଛି । ସେହିଭଳି ଚଣ୍ଡିଗଡ-କୋଚୁବେଟ୍ଟୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ 7 ଘଣ୍ଟା ବିଳମ୍ବରେ ଚାଲୁଛି । ଏହି ପ୍ରରିପେକ୍ଷୀରେ ରେଳ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ଗାଡିର ସମୟ ଦେଖି ବାହାରିବେ ।

ABOUT THE AUTHOR

...view details