ଓଡିଶା

odisha

ETV Bharat / bharat

ଟଳୁଛି ବନ୍ୟା ବିପତ୍ତି, ଏପଟେ ଉତ୍ତରାଖଣ୍ଡ-ହିମାଚଳ ସ୍ଥିତି ସଙ୍ଗୀନ - ହିମାଚଳ ସ୍ଥିତି ସଙ୍ଗୀନ

ଅଧା ରାଜ୍ୟରେ ବନ୍ୟା ସ୍ଥିତି ସୁଧିରିବାରେ ଲାଗିଛି । ବର୍ଷା ପରିମାଣ କମିବା ଯୋଗୁଁ କେରଳ-କର୍ଣ୍ଣାଟକ-ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି । ଏପଟେ କିନ୍ତୁ ବର୍ଷା ବିତ୍ପାତ ଯୋଗୁଁ ହିମାଚଳ ଓ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ରହିଛି ।

ଡିଜାଇନ ଫଟୋ

By

Published : Aug 20, 2019, 8:00 AM IST

ନୂଆଦିଲ୍ଲୀ: କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କମିଛି ବର୍ଷା । ସୁଧୁରୁଛି ବନ୍ୟା ସ୍ଥିତି। ହେଲେ ଛାଡିଯାଇଛି ବିପନ୍ନଙ୍କ ପାଇଁ ଦୁଃଖ। ସେମାନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ । ଏପଟେ ପଞ୍ଜାବ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ହୋଇପଡିଛି ସଙ୍ଗୀନ। ଚାରିଆଡେ ଜଳମଗ୍ନ ।

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତରାଖଣ୍ଡ ଓ ହିମାଚଳ। ଉଭୟ ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 40 ଟପିଲାଣି। ଆଉ ଲକ୍ଷ ଲକ୍ଷ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ହିମାଚଳ ପ୍ରଦେଶରେ ଶିଶୁ ଅଞ୍ଚଳରେ ରବିବାର ମାଟି ଅତଡ଼ା ଖସିବାରୁ 400 ରୁ ଅଧିକ ପର୍ଯ୍ୟଟକ ଫସିରହିଥିଲେ ।

ସେପଟେ ଦିଲ୍ଲୀରେ ମଧ୍ୟ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ସ୍ଥାନାନ୍ତର ନିମନ୍ତେ ପୋଲିସ ଓ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି।

ବନ୍ୟା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକ କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩୦ଟି ଡଙ୍ଗା ପ୍ରସ୍ତୁତ ରଖାଯାଇଛି।

ଏପଟେ ପଞ୍ଜାବର ବିପନ୍ନଙ୍କ ସହାୟତା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତୁରନ୍ତ ରିଲିଫ ଯୋଗାଇବା ପାଇଁ 100 କୋଟି ଟଙ୍କା ଘୋଷଣା କରିଛନ୍ତି କ୍ୟାପଟେନ ଅମରିନ୍ଦ୍ର ସିଂ ।

ABOUT THE AUTHOR

...view details