ଓଡିଶା

odisha

ETV Bharat / bharat

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି: 33ଟି ଜିଲ୍ଲାର 9.67 ଲକ୍ଷ ଲୋକେ ପ୍ରଭାବିତ - ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି, 23ଟି ଜିଲ୍ଲାର 9.3 ଲକ୍ଷ ଲୋକେ ପ୍ରଭାବିତ

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି ।33ଟି ଜିଲ୍ଲାର 9.67 ଲକ୍ଷ ଲୋକେ ପ୍ରଭାବିତ । 98,850 ହେକ୍ଟର ଫସଲ କ୍ଷୟକ୍ଷତି ହୋଇଥିବା ସୂଚନା । ଅଧିକ ପଢନ୍ତୁ.....

Flood Situation In Flood situation still grim in Assam, 20 dead and close to a million affectedAssam Worsens, 2 More Dead, Nearly 9.3 Lakh People Affected
ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି: 33ଟି ଜିଲ୍ଲାର 9.67 ଲକ୍ଷ ଲୋକେ ପ୍ରଭାବିତ

By

Published : Jun 29, 2020, 10:13 AM IST

Updated : Jun 29, 2020, 2:42 PM IST

ଗୌହାଟୀ : ଆସାମରେ ଦିନକୁ ଦିନ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା କାରଣରୁ ଆସାମରେ 33ଟି ଜିଲ୍ଲାର 9.67 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ବିର୍ଯ୍ୟୟ ପରିଚାଳନା ଅଥରିଟିଙ୍କ ପକ୍ଷରୁ ସୂଚନା ମିଳିଛି । ବନ୍ୟା ଯୋଗୁଁ ମୃତକଙ୍କ ସଂଖ୍ୟା 20ରେ ପହଞ୍ଚିଛି । ଧିମାଜି, ଲଖିମପୁର, ବିଶ୍ବନାଥ, ଉଦଲଗୁରୀ, ଡାରଙ୍ଗ, ନାଲବାରୀ, ବାରପେଟା, ବଙ୍ଗାଇଗାଓଁ, କୋକରାଜ, ଧୁବ୍ରି, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, ମୋରିଗାଓଁ, ହୋଜାଇ, ନାଗାଓଁ, ଗୋଲାହାଟ,ହାଜୋଇ, ଶିବାସଗର ଓ ଦିବରୁଗଡ ଓ ତିନସୁକିଆ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାରପେଟା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାୟ 1.35 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧିମାଜୀ ଜିଲ୍ଲାରେ ପ୍ରାୟ ଏକ ଲକ୍ଷ ଲୋକ ଓ ନାଲବାରୀରେ 96,000ରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି ।

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି: 33ଟି ଜିଲ୍ଲାର 9.67 ଲକ୍ଷ ଲୋକେ ପ୍ରଭାବିତ

ଜିଲ୍ଲା ପ୍ରଶାସନ ପକ୍ଷରୁ 11ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି । ଏସଡିଆରଏଫ, ଜିଲ୍ଲା ପ୍ରଶାସନ ପକ୍ଷରୁ 28,308 ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । 2000 ଗାଁ ଜଳବନ୍ଦୀରେ ରହିଥିବାବେଳେ 98,850 ହେକ୍ଟର ଫସଲ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଗୌହାଟୀରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2020, 2:42 PM IST

ABOUT THE AUTHOR

...view details