ଲକ୍ଷ୍ନୌ: ବନ୍ୟାରେ ପ୍ରଭାବିତ ଉତ୍ତରପ୍ରଦେଶର 15 ଟି ଜିଲ୍ଲା । 173 ଟି ଗାଁର ସଡକ ସଂଯୋଗ ବିଚ୍ଛିନ୍ନ । ସମସ୍ୟା ଘେରରେ ଗାଁଲୋକେ । ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପଛୁଆ ବର୍ଗର କଲ୍ୟାଣ ତଥା ଦିବ୍ୟାଙ୍ଗା ସଶକ୍ତିକରଣ ମନ୍ତ୍ରୀ ଅନିଲ ରାଜଭାର ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶର 15 ଟି ଜିଲ୍ଲାର 820 ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରାୟ 173 ଟି ଗାଁ ସହିତ ସଡକ ସଂଯୋଗ ବିଚ୍ଛିନ୍ନ ହୋଇଛି । ଡଙ୍ଗା ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରୁଛି ପ୍ରଶାସନ । ଏନେଇ ମନ୍ତ୍ରୀ କହିଛନ୍ତି ସରୟୁ ଏବଂ ରାପ୍ତି ନଦୀରେ ଜଳ ବୃଦ୍ଧି ହେତୁ ସମସ୍ୟା ବଢିବାରେ ଲାଗିଛି । ସେପଟେ କିନ୍ତୁ ଗଙ୍ଗା ନଦୀ ବିପଦମୁକ୍ତ ରହିଛି ।
ୟୁପିରେ ପ୍ରଳୟଙ୍କାରୀ ବନ୍ୟା, 173 ଗାଁ ବିଛିନ୍ନ
ବନ୍ୟାରେ ପ୍ରଭାବିତ ଉତ୍ତରପ୍ରଦେଶର 15 ଟି ଜିଲ୍ଲା । 173 ଟି ଗାଁର ସଡକ ସଂଯୋଗ ବିଚ୍ଛିନ୍ନ । ସମସ୍ୟା ଘେରରେ ଗାଁଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅନିଲ ରାଜଭାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଦାୟିତ୍ବ ବୋଧକ କାର୍ଯ୍ୟ କରୁଛି । ନେପାଳ ପଟୁ ଜଳ ଛାଡିବା କାରଣରୁ ଏହି ସମସ୍ୟା ବୃଦ୍ଧି ପାଇଛି । ଗୋଣ୍ଡା ଜିଲ୍ଲାର ତାରାବଗଞ୍ଜ ତହସିଲର ଗୋଟିଏ ବନ୍ଧ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କିନ୍ତୁ ମରାମତି କାମ କରି ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନ ବନ୍ଧ ବାନ୍ଧିବାକୁ ଚେଷ୍ଟା କରୁଛି ।
ରାଜଭାର କହିଛନ୍ତି ଯେ, 'ଆଜମଗଡ ଜିଲ୍ଲାର ସାଗଡି ତହସିଲର ଟେକନପୁର ନିକଟରେ ଘଗ୍ରାରର ସହାୟକ ନଦୀ ପ୍ରବାହିତ ହେଉଛି । ସେଠାରେ ଥିବା ବନ୍ଧ ଭାଙ୍ଗିଯାଇଛି । ନିକଟସ୍ଥ ଦୁଇଟି ଗ୍ରାମ, ଟେକାନପୁର ଏବଂ ସାହାସପୁରରେ ସେହି ନଦୀଜଳ ପ୍ରଭାବିତ ହେବାରୁ ଗାଁରେ ପାଣି ପଶିଛି । 12 ଟି ଗାଁର ଫସଲରେ ବହୁ କ୍ଷୟକ୍ଷତି ହୋଇଛି । ମନ୍ତ୍ରୀ କହିଛନ୍ତି, ବନ୍ଧର ମରାମତି କାର୍ଯ୍ୟ ଚାଲିଛି । ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଆଶା କରାଯାଉଛି ଯେ, ବନ୍ଧର ମରାମତି ଖୁବ ଶୀଘ୍ର ଶେଷ ହେବ ।'