ଅମରାବତୀ: ଚାଲିଛି ବନ୍ୟା ଋତୁ । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ର ପ୍ରଦେଶରେ ଦେଖାଦେଇଛି ସମାନସ୍ଥିତି । କ୍ରୀଷ୍ଣା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ଫଳରେ ସିଡବ୍ଲ୍ୟୁସି ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।
ଆନ୍ଧ୍ରରେ ପ୍ରବଳ ବର୍ଷା, ଉଛୁଳିଛି କ୍ରୀଷ୍ଣାନଦୀ - flood like situation
କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି । ପ୍ରବଳ ବର୍ଷା ଫଳରେ ଉଛୁଳୁଛି କ୍ରୀଷ୍ଣାନଦୀ ।
ଫଟୋ ସୌଜନ୍ୟ:ଇଟିଭି ଭାରତ
ଗତ ଦୁଇ ଦିନ ହେବ ଆନ୍ଧ୍ର ପ୍ରଦେଶରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ପୁଲିଚିନ୍ତଲା ପ୍ରକଳ୍ପ ଦ୍ବାରା ଆଜି 7.52 କ୍ୟୁସେକ ଜଳ ଛଡାଯାଇଛି । ପ୍ରକାଶମ ବ୍ୟାରେଜରେ ନିକଟରେ 15 ଫୁଟ ଉଚ୍ଚରେ ଉଚ୍ଛୁଳୁଛି ବନ୍ୟା ଜଳ।
ଅଗଷ୍ଟ 18ରୁ 20 ଭିତରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।