ଓଡିଶା

odisha

ETV Bharat / bharat

ଇତିହାସ ରଚିଲେ ପାଇଲଟ ମୋହନା ସିଂ

ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଟ ମୋହନା ସିଂ ଦିନରେ ହ୍ବାକ୍ ଆଡଭାନ୍ସ ଜେଟ୍ ମିଶନକୁ ଚଲାଇବାରେ ପ୍ରଥମ ଭାରତୀୟ ମହିଳା ଭାବେ ଇତିହାସ ରଚିଛନ୍ତି।

By

Published : May 31, 2019, 9:55 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ପାଇଲଟ ମୋହନା ସିଂ । ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଟ ମୋହନା ସିଂ ଦିନରେ ହ୍ବାକ୍ ଆଡଭାନ୍ସ ଜେଟ୍ ମିଶନରେ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ଭାବେ ରେକର୍ଡ କରିଛନ୍ତି। ତେବେ 2016ରେ ମୋହନାଙ୍କ ସହ ଅନ୍ୟ ଦୁଇ ମହିଳା ଭାବନା କଣ୍ଠ ଏବଂ ଅବନୀ ଚର୍ତୁବେଦୀଙ୍କୁ ପାଇଲଟ ଟ୍ରେନିଙ୍ଗ ପାଇଁ ଚୟନ କରାଯାଇଥିଲା ।


ଏହା ପୂର୍ବରୁ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କଣ୍ଠ ଯୁଦ୍ଧ ମିଶନରେ ସାମିଲ ହେବା ପାଇଁ ଯୋଗ୍ୟତା ହାସଲ କରିବାର ପ୍ରଥମ ମହିଳା ପାଇଲଟ ହୋଇ ଇତିହାସ ରଚିଥିଲେ। ଭାବନା କଣ୍ଠ ଦିନରେ ମିଗ୍-21କୁ ଚଲାଇ ମିଶନ ପୂରା କରିଥିଲେ । ତେବେ ସେ ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ ଅଟନ୍ତି। ତାଙ୍କ ସହ ଅନ୍ୟ ଦୁଇ ମହିଳା ଅବନୀ ଚର୍ତୁବେଦୀ ଏବଂ ମୋହନା ସିଂଙ୍କୁ ମଧ୍ୟ ଏଥିପାଇଁ ଚୟନ କରାଯାଇଇଥିଲା। ତେବେ ଏକ ବର୍ଷ ପୂର୍ବରୁ ସେ ତାଙ୍କର ଟ୍ରେନିଂ ପୂରା କରିଥିଲେ ।

ABOUT THE AUTHOR

...view details