ଶ୍ରୀନଗର: 21 ଦିନ ପରେ ଖୋଲିଲା ଶ୍ରୀନଗର ବିମାନ ବନ୍ଦର ଟିକେଟ ବୁକିଂ କାଉଣ୍ଟର । ଧାରା 370 ଉଚ୍ଛେଦ ସମୟରୁ ହିଁ ସେଠାରେ ଟିକେଟ ବୁକିଂ କାଉଣ୍ଟର ବନ୍ଦ ରହିଥିଲା । 21 ଦିନ ଧରି ବନ୍ଦ ରହିଥିବା ଏହି କାଉଣ୍ଟରକୁ ଆଜି ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସେଣ୍ଟର ଗୁଡ଼ିକରେ ଖୋଳିଛନ୍ତି । ତେବେ ଏହି କାଉଣ୍ଟର ଗୁଡ଼ିକ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ତେବେ ଏହି କାଉଣ୍ଟର ଗୁଡ଼ିକ ଜମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟୋଗରେ ଖୋଲାଯାଇଥିବା ଜଣାପଡ଼ିଛି । ଏଥିପାଇଁ ପର୍ଯ୍ୟଟନ ବିଭାଗର 15 ପ୍ରତିଶତ ଯୋଗଦାନ ରହିବ । ଏହି କାଉଣ୍ଟର ଖୋଲିବା ପରେ ଜମ୍ମୁ କାଶ୍ମୀରର ମୋଟ ବାସିନ୍ଦାର 50 ରୁ 60 ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ଜଣାପଡ଼ିଛି ।
ଏନେଇ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିସାର ଅହମ୍ମଦ ଓ୍ବାନୀ କହିଛନ୍ତି, ଘାଟିରେ ବସବାସ କରୁଥିବା ଲୋକ ବିମାନ ଟିକଟ ବୁକ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ତେବେ ସେସବୁରେ ସୁଧାର ଆଣିବା ପାଇଁ ପର୍ଯ୍ୟଟନ ବିଭାଗର ଏହି ପ୍ରୟାସ ।