ଓଡିଶା

odisha

ଅତ୍ୟଧିକ ସ୍ମାର୍ଟଫୋନର ବ୍ୟବହାର ଶାରୀରିକ ରୋଗର କାରଣ

By

Published : Aug 8, 2019, 10:22 AM IST

5-6 ଘଣ୍ଟାରୁ ଅଧିକ ସମୟ ଧରି ମୋବାଇଲ ବ୍ୟବହାର ଶରୀର ପ୍ରତି କ୍ଷତିକାରକ । 43 ପ୍ରତିଶତ ଓଜନ ବୃଦ୍ଧି ଓ କମିବାର କାରଣ ହେଉଛି ସ୍ମାର୍ଟଫୋନ । ଟେକନୋଲୋଜି ଆମ ପାଇଁ ଯେତିକି ଲାଭଦାୟକ ଅତ୍ଯଧିକ ବ୍ୟବହାର ଶରୀର ପାଇଁ ମଧ୍ୟ କ୍ଷତିକାରକ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସ୍ମାର୍ଟଫୋନ ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ପାଲଟିଲାଣି । କାମକୁ ସରଳ ଓ ମନୋରଞ୍ଜନ କରିବାରେ ସ୍ମାର୍ଟଫୋନ ଅନେକ କ୍ଷେତ୍ରରେ ସହାୟକ ହୁଏ । ଖାସ କରି ଯୁବ ପୀଢିଙ୍କ ମଧ୍ୟରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳେ । କିନ୍ତୁ ଏହା ଶାରୀରିକ ଗତିବିଧିକୁ ପ୍ରଭାବିତ କରିଥାଏ । ଶରୀରିକ କାର୍ଯ୍ୟ କରିବା କ୍ଷମତା କମାଇଥାଏ । ସରଳ ଭାଷାରେ ଆମକୁ ଅଳସୁଆ କରିଥାଏ । 4-5ଘଣ୍ଟାରୁ ଅଧିକ ମୋବାଇଲ ବ୍ୟବହାର ଦ୍ବାରା ଅତ୍ୟଧିକ ମୋଟା କିମ୍ବା ଅତ୍ୟଧିକ ପତଳା(obesity) ହେବାର ପ୍ରାୟ 43 ପ୍ରତିଶତ ଆଶଙ୍କା ରହିଛି । ACC Latin America conference 2019ରେ ଏହି ବିଷୟରେ ସବିଶେଷ ଆଲୋଚନା କରାଯାଇଛି । ଏହାଛଡା ହୃଦଘାତର ମଧ୍ୟ ଆଶଙ୍କା ରହିଥିବା ଏହି କନଫେରେନ୍ସରେ କୁହାଯାଇଛି।

Cardiac pulmonary ବିଶେଷଜ୍ଞଙ୍କ ମତରେ ମୋବାଇଲ ଟେକନୋଲୋଜି ଅନେକ କାର୍ଯ୍ୟକୁ ସରଳ ଓ ଏକା ସାଙ୍ଗରେ ଅନେକ କାମ କରିବାରେ ସଫଳ ହେବା ସହ ଆରାମଦାୟକ ଓ ମନୋରଞ୍ଜନକାରୀ ମଧ୍ୟ । ମାତ୍ର ସ୍ମାର୍ଟଫୋନ ସାମ୍ନାରେ ଅଧିକ ସମୟ ବିତାଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ମଧୁମେହ, ଶୀଘ୍ର ମୃତ୍ୟୁ, ହୃଦଘାତ, କ୍ୟାନ୍ସର, ହାତଗୋଡ ବିନ୍ଧାହେବା, ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ଭଳି ଅନେକ ଜଟିଳ ସମସ୍ୟା ହୋଇଥାଏ ।

ସିମୋନ ୟୁନିଭର୍ସିଟିର ସ୍ବାସ୍ଥ୍ୟ ବିଜ୍ଞାନର 1060 ଛାତ୍ରଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଏଥିରେ 700 ମହିଳା ଓ 360 ପୁରୁଷ ଥିଲେ । ସମସ୍ତଙ୍କ ବୟସ 19-20 ବର୍ଷ ହେବ । 2018 ଜୁନରୁ ଡିସେମ୍ବର ମଧ୍ୟରେ ପାଖାପାଖି 36 ପ୍ରତିଶତ ପୁରୁଷଙ୍କ ଓଜନ ବଢିବା ସହ 42.6ପ୍ରତିଶତ ପୁରୁଷଙ୍କ ଓଜନ କମିଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ 63.9 ପ୍ରତିଶତ ମହିଳାଙ୍କ ଓଜନ ବଢିଥିବା ବେଳେ 57.4 ପ୍ରତିଶତ ମହିଳାଙ୍କ ଓଜନ କମିଥିଲା ।

ଗବେଷକଙ୍କ ମତରେ 43 ପ୍ରତିଶତ ଏହି ସମସ୍ୟାର କାରଣ ସ୍ମାର୍ଟଫୋନ । ଯେଉଁମାନେ 4-5ବର୍ଷରକୁ ଅଧିକ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଫାଷ୍ଟପୁଡ, ଅତ୍ୟଧିକ ସୁଗାର ଥିବା ପାନୀୟ ପଦାର୍ଥ, ମିଠା, ତେଲ ଜାତୀୟ ପଦାର୍ଥ ଆଦି ମଧ୍ୟ ଅତ୍ୟଧିକ ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ । ଶାରୀରିକ ସମସ୍ୟା ବୃଦ୍ଧି କରିବାରେ ସ୍ମାର୍ଟଫୋନ ଏକ ମୁଖ୍ୟ କାରଣ । ବିଭିନ୍ନ ଟେକନୋଲୋଜିକୁ ଆପଣାଇବା ଖରାପ ନୁହେଁ କିନ୍ତୁ ମାତ୍ରାଧିକ ପ୍ରୟୋଗ କ୍ଷତିକାରକ । ଏହା Obesityକୁ ବଢାଇବାରେ ସହାୟକ ହୋଇଥାଏ ।

ABOUT THE AUTHOR

...view details