ଓଡିଶା

odisha

ETV Bharat / bharat

ଦିଲ୍ଲୀରେ MCA, BCAପ୍ରଶ୍ନପତ୍ର ଲିକ, 5 ଗିରଫ

IGNOU) ଷ୍ଟଡି ସେଣ୍ଟରର ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗରେ ୟୁନିଭର୍ସିଟିର ଜଣେ କର୍ମଚାରୀଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି ।

By

Published : Mar 4, 2019, 3:39 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଥମୁନି ପ୍ରଶ୍ନପତ୍ର ଲିକ ମାମଲା । ଦିନକୁ ଦିନ ପରୀକ୍ଷାରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଥିବା ବେଳେ ବାରମ୍ବାର ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ବିଶୃଙ୍ଖଳା ପରିସ୍ଥିତି ଦେଖାଯାଉଛି । 10ମ ବୋର୍ଡ ପରୀକ୍ଷାରେ ପଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ବିସିଏ(BCA) ଓ ଏମସିଏ(MCA)ର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି ।

ଝାଡଖଣ୍ଡର ବୋକାରୋର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି(IGNOU) ଷ୍ଟଡି ସେଣ୍ଟରର ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗରେ ୟୁନିଭର୍ସିଟିର ଜଣେ କର୍ମଚାରୀଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି ।
ପୋଲିସର ସୂଚନା ଅନୁସାରେ, 8 ଡିସେମ୍ବର 2018ରେ ନୂଆଦିଲ୍ଲୀର ମୈଦାନ ଗଢିରେ ଇଗ୍‌ନୋ୍ର ରେଜିଷ୍ଟ୍ରାର ଏସ.ଜି ସ୍ବାମୀ ପ୍ରଥମେ ପ୍ରଶ୍ନପତ୍ର ଲିକ ସମ୍ବନ୍ଧରେ ଅଭିଯୋଗ କରିଥିଲେ ।

ଏମସିଏ ତୃତୀୟ ସେମିଷ୍ଟରର ପରୀକ୍ଷା 8 ଡିସେମ୍ବର, 2018ରେ ନେପାଳ ସହ ସାରା ଦେଶରେ ସମୟ 10ଟା ବେଳେ ପରୀକ୍ଷା କେନ୍ଦ୍ରରେ ହେବାର ଥିଲା । ପୋଲିସର କହିବା ଅନୁସାରେ, ସ୍ବାମୀଙ୍କୁ ଦୁଇଟି ଭିନ୍ନ ଠିକଣାରୁ ଇମେଲ ଆସିଥିଲା । ଯେଉଁଥିରେ ପ୍ରଶ୍ନପତ୍ରର ଫଟୋ ରହିଥିଲା । ଏହାସହ ପରୀକ୍ଷାର ଦିନକୁ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ମେଲରେ କୁହାଯାଇଥିଲା । ଯାହାକୁ ଦେଖିବା ପରେ ସେ ତୁରନ୍ତ ଏ ମାମଲାରେ ଥାନାରେ ଅଭିଯୋଗ କରିଥିଲେ ।

For All Latest Updates

ABOUT THE AUTHOR

...view details