ଓଡିଶା

odisha

ETV Bharat / bharat

ହାଇଦ୍ରାବାଦରେ ପ୍ରଥମ ଉର୍ଦ୍ଦୁ ଚର୍ଚ୍ଚ

ହାଇଦ୍ରାବାଦରେ ଯେଉଁ ସବୁ ଧାର୍ମିକ ସ୍ଥାନ ଗୁଡିକ ସେଗୁଡିକ ହେଲା ଚାରମୀନାର, ମକ୍କା ମସଜିଦ, ସାଲାରଗଞ୍ଜ ସଂଗ୍ରହାଳୟ, ଗୋଲକୁଣ୍ଡା ଦୁର୍ଗ ଏବଂ ଫଲକନୁମା ପ୍ୟାଲେସ । ସେହିଭଳି ଏସ୍.ଟି. ଲ୍ୟୁକ୍ସ ହିନ୍ଦୁସ୍ଥାନୀ ଚର୍ଚ୍ଚ ମଧ୍ୟ ଇତିହାସରେ ବଳିଷ୍ଠ ଭୂମିକା ଗ୍ରହଣ କରିବା ସହ ଭାରତର ପ୍ରଥମ ଉର୍ଦ୍ଦ୍ବ ଚର୍ଚ୍ଚ ର ପରିଚୟ ଦେଇଛି ।

By

Published : Jul 11, 2019, 3:13 PM IST

Updated : Jul 11, 2019, 3:38 PM IST

ହାଇଦ୍ରାବାଦରେ ପ୍ରଥମ ଉର୍ଦ୍ଦୁ ଚର୍ଚ୍ଚ

ହାଇଦ୍ରାବାଦ: ସବୁ ଚର୍ଚ୍ଚ ଭଳି ଏଠାରେ ମଧ୍ୟ ପ୍ରାର୍ଥନା କରାଯାଏ, କିନ୍ତୁ ଉର୍ଦ୍ଦୁ ଭାଷାରେ । ଅଧିକାଂଶ ଚର୍ଚ୍ଚରେ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପ୍ରାର୍ଥନା କରାଯାଉଥିବା ଆମେ ଶୁଣିଛେ । ହେଲେ ହାଇଦ୍ରାବାଦ ଆବିଡ୍ସରେ ଏମିତି ଏକ ଚର୍ଚ୍ଚ ଅଛି ଯେଉଁଠି ପ୍ରତ୍ୟେକ ରବିବାର ସକାଳ 10 ଟାରୁ 12 ଟା ପର୍ଯ୍ୟନ୍ତ ଉର୍ଦ୍ଦୁ ଭାଷାରେ ପ୍ରାର୍ଥନା କରାଯାଏ । ଏଠାରେ ତାମିଲ, ମାଲାୟାଲାମ, ନେପାଳୀ, ମରାଠୀ ଏବଂ ଅନ୍ୟ ଇସାଇ ଧର୍ମାଲମ୍ବୀ ଉର୍ଦ୍ଦୁରେ ଯୀଶୁଙ୍କୁ ଦୀର୍ଘ 5 ପୀଢିଧରି ପୂଜା କରି ଆସୁଛନ୍ତି ।

ହାଇଦ୍ରାବାଦରେ ପ୍ରଥମ ଉର୍ଦ୍ଦୁ ଚର୍ଚ୍ଚ

ପ୍ରଥମ ଉର୍ଦ୍ଦୁ ଚର୍ଚ୍ଚ ଭାବରେ ସାରା ଭାରତରେ ପରିଚିତ ଏସ୍.ଟି. ଲ୍ୟୁକ୍ସ ହିନ୍ଦୁସ୍ଥାନୀ ଚର୍ଚ୍ଚ । ଏହାକୁ ନିର୍ମାଣ ପାଇଁ ନିଜାମ ହିନ୍ଦୁସ୍ଥାନୀ ଖ୍ରୀଷ୍ଟିଆନ ମିସନାରୀ ସୋସାଇଟିକୁ ଦେଢ ଏକର ଜମି ଦାନ କରିଥିଲେ । ଉର୍ଦ୍ଦୁ ପୂର୍ବରୁ କେବଳ ଅଫିସିଆଲ ଲାଙ୍ଗୁଏଜ ଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ବାଇବେଲକୁ ଉର୍ଦ୍ଦୁ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଉର୍ଦ୍ଦୁ ଭାଷାରେ ବାଇବେଲ ହେବାପରେ ବେଶ ଖୁସିଥିଲେ ଇସାଇ ମୁସଲମାନ । ଧର୍ମକୁ ନେଇ କେତେକ ଚର୍ଚ୍ଚରେ ଦେଖା ଦେଇଥିଲା ବିବାଦ । ପରେ ବହୁଳ ମାତ୍ରାରେ ଇସାଇ ମୁସଲମାନ ପାକିସ୍ତାନ ଏବଂ ବାଂଲାଦେଶକୁ ଚାଲିଯାଇଥିଲେ । ଏହାଦ୍ବାରା ଏହି ଚର୍ଚ୍ଚ ଧିରେଧିରେ ଇତିହାସ ପୃଷ୍ଠାରୁ ବିଲୁପ୍ତ ହୋଇଗଲା ।

ସମୟ ବଦଳିବା ସହ ହସି ହଠିଛି ଏହି ପୁରାତ୍ତନ କୀର୍ତ୍ତିରାଜି । ବାହାର ଦେଶର ଇସାଇ ଧର୍ମାଲମ୍ବୀ ଏଠାକୁ ଆସି ପ୍ରାର୍ଥନା ଆରମ୍ଭ କରିବା ପରେ ଆଖପାଖରେ ଥିବା ଇସାଇଙ୍କ ଭିଡ ଦେଖିବାକୁ ମିଳୁଛି ।

ହାଇଦ୍ରାବାଦରୁ କ୍ୟାମେରା ପର୍ସନ ରାଜୁଙ୍କ ସହ ସତିଶ ଇଟିଭି ଭାରତ ।

Last Updated : Jul 11, 2019, 3:38 PM IST

For All Latest Updates

ABOUT THE AUTHOR

...view details