ଓଡିଶା

odisha

ETV Bharat / bharat

ସାଏରୀରୁ ଗମ୍ଭୀରଙ୍କ ପ୍ରଥମ ପ୍ରଶ୍ନର ଆରମ୍ଭ

ସଂସଦରେ ପ୍ରଦୂଷଣକୁ ନେଇ ପ୍ରଥମ ପ୍ରଶ୍ନ ଆରମ୍ଭ କରିଛନ୍ତି ଗୌତମ ଗମ୍ଭୀର । ପ୍ରଶ୍ନ ପୂର୍ବରୁ ସାଏରୀ ପଢିଥିଲେ ଗୌତମ ।

By

Published : Jul 26, 2019, 4:05 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ହୋଇଥିବା ବିଜେପି ସାଂସଦ ଗୌତମ ଗମ୍ଭୀର ଏବେ ସାୟରାନା ଅନ୍ଦାଜରେ ନଜର ଆସିଛନ୍ତି । ଗମ୍ଭୀର ସଂସଦରେ ସାଏରୀରୁ ଆରମ୍ଭ କରିଛନ୍ତି ପ୍ରଶ୍ନ ।

ଗୌତମ ଗୁରୁବାର ପ୍ରଥମଥର ପାଇଁ ସଂସଦରେ ପ୍ରଶ୍ନ ପଚାରିଥିଲେ । ନିଜ ଲୋକସଭା କ୍ଷେତ୍ର ସହିତ ଜଡିତ ଏକ ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ଗୌତମ । ଗମ୍ଭୀର ପ୍ରଶ୍ନ ଆରମ୍ଭ ପୂର୍ବରୁ ଏକ ସାଏରୀ ପଢି କହିଛନ୍ତି, 'ୟେ ସେହେର୍ ଭି କ୍ୟା ସେହେର୍ ହୈ, ହବାଓଁ ମେ ଧୂଆଁ, ଫିଜାଓଁ ମେ ଜେହର୍ ହୈ ।'

ଗମ୍ଭୀର ରାଜଧାନୀ ଦିଲ୍ଲୀରେ ପର୍ଯ୍ୟାବରଣ ପ୍ରଦୂଷଣ ଉପରେ ପ୍ରଶ୍ନ ପଚାରି କହିଛନ୍ତି କି, ଏହି କାରଣରୁ ପ୍ରତିବର୍ଷ ସ୍କୁଲ ବନ୍ଦ ହେଉଛି ଓ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି । ରାଜଧାନୀ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ଗୋଟିଏ ହୋଇଥିବା ବେଳେ ପ୍ରଦୂଷଣ ରୋକିବାକୁ ପ୍ରୟାସ କରାଯାଉନଥିବା ଗୌତମ ସଂସଦରେ କହିଥିଲେ ।

ABOUT THE AUTHOR

...view details