ଓଡିଶା

odisha

By

Published : Feb 16, 2019, 1:33 PM IST

ETV Bharat / bharat

ସ୍ପଷ୍ଟ କଲା ବାୟୁସେନା: ସେପ୍ଟେମ୍ବରରେ ଆସିବ ପ୍ରଥମ ରାଫେଲ ବିମାନ

ଗତ ଡିସେମ୍ବର ମାସରେ ସରକାର ରାଫେଲ କ୍ରୟର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ବିଭିନ୍ନ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି ଏହି ବିମାନ । ରାଫେଲ ବିମାନ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି । ଏହାକୁ ନେଇ ବିରୋଧୀ ବାରମ୍ବାର ଭାରତ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

ଏତେ ବାଦ ବିବାଦ ସତ୍ତ୍ୱେ ଭାରତକୁ ପ୍ରଥମ ରାଫେଲ ବିମାନ ଆସିବା ସ୍ପଷ୍ଟ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଦେଶକୁ ମିଳିବ ପ୍ରଥମ ରାଫେଲ ବିମାନ । ଆଉ ଏହାକୁ ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା । ଆସନ୍ତା ସେପ୍ଟେମ୍ବର ମାସରେ ହିଁ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ । ଫ୍ରାନ୍ସରେ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ଏହାକୁ ଭାରତ ଅଣାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।

ଗତ ଡିସେମ୍ବର ମାସରେ ସରକାର ରାଫେଲ କ୍ରୟର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନକୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ତେବେ ପରେ ଅଧିକ ସଂଖ୍ୟକ ରାଫେଲ ବିମାନ ଆସିବାର ସମ୍ଭାବନା ରହିଛି । ଏସବୁ ଆସିଲେ ଏମାନଙ୍କୁ ହରିୟାଣାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମପୁରାଠାରେ ମୁତୟନ କରାଯିବ ବୋଲି ବାୟୁସେନା ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସରକାରଙ୍କ ସହ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ ।

ABOUT THE AUTHOR

...view details