ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଉତ୍କଟ ରହିଛି ମହାମାରୀ କୋରୋନାର ସ୍ଥିତି । ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । ଏପରିସ୍ଥିତିରେ ଏପରି ସ୍ଥିତିରେ ରେଲଓ୍ବେ ପକ୍ଷରୁ ତିଆରି ହୋଇଥିବା କୋଭିଡ କେୟାର ସେଣ୍ଟରରେ ପହଞ୍ଚିଛି ପଥମ କୋରୋନା ରୋଗୀ । ରାଜଧାନୀରେ ଶକୁର ବସ୍ତି ସ୍ଥିତ ରେଲଓ୍ବେର କୋଭିଡ କେୟାର ସେଣ୍ଟରରେ ସୋମବାର ଏହି ରୋଗୀ ଜଣକ ପହଞ୍ଚିଥିବା ନେଇ ରେଳମନ୍ତ୍ରୀ ପିୟୂଷ ଗୋୟେଲ ସୂଚନା ଦେଇଛନ୍ତି ।
ଦିଲ୍ଲୀର ଶକୁର ବସ୍ତି ରେଲଓ୍ବେ ରୋଡରେ କୋଭିଡ କେୟାର କୋଚ ତିଆରି ହୋଇଛି । ଦିଲ୍ଲୀରେ ମୋଟ 500 କୋଭିଡ କେୟାର କୋଚ ସୁବିଧା ଉପଲବ୍ଧ ଥିବାବେଳେ ଏଥିମଧ୍ୟରୁ ଶକୁର ବସ୍ତର ଥିବା 50ଟି କୋଚ ରଖାଯାଇ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଛି ।