ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳୁଛି ମାତୃତ୍ବ ଦିବସ । ମାଆର ମମତା ଓ ମହନୀୟତାକୁ ସମ୍ମାନ ଜଣାଇ ସଭିଁଏ ପାଳନ କରୁଛନ୍ତି ଏହି ଦିନକୁ । ସତରେ ମାଆର ଅବଦାନ ଅତୁଳନୀୟ । ଏଭଳି ଏକ ମାଆକୁ ଆଜି ବି ସଲାମ କରୁଛି ଅନ୍ତରୀକ୍ଷ ଜଗତ ।
ମହାକାଶର ପ୍ରଥମ ମାଆ... - nasa
ଆଜି ବିଶ୍ବ ମାତୃତ୍ବ ଦିବସରେ ଆମେରିକାର ଆନ୍ନା ଲି ଫିସରଙ୍କୁ ସଲାମ ଜଣାଉଛି ଅନ୍ତରୀକ୍ଷ ଜଗତ । ନାସାର ପ୍ରଥମ ମାଆ ମହାକାଶଚାରୀ ଭାବେ ଆନ୍ନା ଲି 1983ରେ ମହାକାଶକୁ ଯାତ୍ରା କରିଥିଲେ ।
ସଟଲ ଚଢି ସୋଲାର ସିଷ୍ଟମକୁ ଭାଙ୍ଗିବା ପାଇଁ ତାଙ୍କୁ ଚୟନ କରାଯାଇଥିଲା । ପ୍ରଥମ ଥର ମହାକାଶରେ ପାଦ ଥାପିବାକୁ ଯାଉଥିବା 33 ବର୍ଷୀୟ ଆନ୍ନା ଲି ସେତେବେଳକୁ 8ମାସର ଗର୍ଭବତୀ ଥିଲେ । ଏଥିରେ ସେ କୌଣସି ବିଚଳିତ ନ ହୋଇ ନିଜ ସ୍ବପ୍ନକୁ ପୂରା କରିବାକୁ ବଢାଇଥିଲେ ପାଦ । ଆଉ ଏହା ପରେ ସେ ସମସ୍ତଙ୍କ ଓ ତାଙ୍କ ଝିଅ ପାଇଁ ପାଲଟିଯାଇଥିଲେ ପ୍ରେରଣା । ଚୟନର କିଛି ସପ୍ତାହ ପରେ ଲି ଏକ କନ୍ୟା ସନ୍ତାନକୁ ଜନ୍ମ କରିଥିଲେ । ଏହା ପରେ ସେ ସ୍ପେଶକୁ ଯାତ୍ରା ଆରମ୍ଭ କରିଥିଲେ ।
1978 ନାସାରେ ଆନ୍ନା ଫିସର ଯୋଗ ଦେଇଥିଲେ । ଆନ୍ନା ସ୍ପେଶ ସଟ୍ଟଲ ମିଶନ ଲଞ୍ଚ କରିଥିଲେ । 2017ରେ ସେ ନାସାରୁ ଅବସର ନେଇଥିଲେ ।